
ବାଲିମେଳା : କରୋନା ସଂକ୍ରମଣର ଦ୍ବିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ତତ୍ପର ହୋଇ ଉଠିଛନ୍ତି। ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରହିଛି। ଜିଲ୍ଲାକୁ କରୋନାମୁକ୍ତ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ୱାଇ. ବିଜୟ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ତେବେ ଏହା ସତ୍ତ୍ବେ ମଧ୍ୟ କିଛି ଅଞ୍ଚଳରେ ଲୋକେ ବିନା ମାସ୍କରେ ବୁଲିବା ସହିତ ସାମାଜିକ ଦୂରତାକୁ ଗୁରୁତ୍ବ ଦେଉ ନଥିବା ଦେଖିବାକୁ ମିଳୁଛି।
ବାଲିମେଳା ସହରରେ ସୋମବାର ଦିନ ଚିତ୍ରକୋଣ୍ତା ଅତିରିକ୍ତ ତହସିଲଦାର ଅଶୋକ କୁମାର ମହାରଣାଙ୍କ ନେତୃତ୍ବରେ ଏନଏସି ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ଓର୍କେଲ ପୁଲିସ ଓ ରାଜସ୍ବ ନିରୀକ୍ଷକ ଲମ୍ବୋଦର ପାତ୍ରଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ରାଜସ୍ବ ବିଭାଗର କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବେ ସହରର ବିଭିନ୍ନ ଛକରେ ଲୋକଙ୍କୁ କୋଭିଡ୍ ଗାଇଡ୍ଲାଇନ୍ ଉପରେ ସଚେତନ କରାଯାଇଥିଲା। ଏଥିସହ ମାସ୍କ ବ୍ୟବହାର କରୁନଥିବା ଅମାନିଆଙ୍କ ଠାରୁ ୧୦ ହଜାର ୭୩୦ଟଙ୍କା ଆଦାୟ କରାଯାଇଥିଲା। ସେହିପରି ବିନା ରୟାଲିଟିରେ ବାଲି ଓ ଚିପ୍ସ ଚାଲାଣ କରୁଥିବା ଗାଡ଼ି ମାଲିକଙ୍କ ଠାରୁ ୩୦ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଛି। ପ୍ରଶାସନର ସଚେତନ ପରେ ମଧ୍ୟ ଯଦି ଲୋକେ କୋଭିଡ୍ ଗାଇଡ୍ଲାଇନ୍ ନମାନନ୍ତି ତେବେ ଆଗାମୀ ଦିନରେ ଯାଞ୍ଚକୁ କଡ଼ାକଡ଼ି କରାଯିବ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
The post ବାଲିମେଳା : ଅମାନିଆଙ୍କ ଠାରୁ ଜରିମାନା ଆଦାୟ first appeared on Sambad.from ଜିଲ୍ଲା | Sambad https://ift.tt/2QRKPgv
0 Comments