ପାରଳାଖେମୁଣ୍ତି : ବ୍ୟବସାୟ ଆଳରେ ୧.୭୫ କୋଟି ଟଙ୍କା ହଡପ ମାମଲାରେ ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ପାରଳାଖେମୁଣ୍ଡି ପୁଲିସ ଗିରଫ କରିଛି। ଗିରଫ ଜଣକ ହେଉଛନ୍ତି, ବ୍ରହ୍ମପୁର କମାପଲ୍ଲୀ ଛକରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଗୁପ୍ତେଶ୍ବର ଟ୍ରେଡର୍ସର ମାଲିକ ଗୁପ୍ତେଶ୍ବର ପଟ୍ଟନାୟକ(୪୭)। ଏନେଇ ଥାନାଧିକାରୀ ବିବେକାନନ୍ଦ ସ୍ବାାଇଁ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଗଜପତି ଜିଲ୍ଲା ନୂଆଗଡ ବ୍ଲକର ପାଲିରୀ ଗ୍ରାମର ବାଣୀ ମଣ୍ତଳ (୪୫)ଙ୍କୁ ବ୍ୟବସାୟ କରିବା ନାମରେ ଗୁପ୍ତେଶ୍ବର ପଟ୍ଟନାୟକ ୧.୭୫ କୋଟି ଠକିଥିବା ସଂକ୍ରାନ୍ତରେ ସେ ଥାନାରେ ଏତଲା ଦେଇଥିଲେ। ଗତବର୍ଷ କାଜୁ କ୍ରୟ କରିବା ଉଦ୍ଦେଶ୍ୟରେ ଦେବଗିରି କିଷାନ ଆଗ୍ରୋ ପ୍ରଡକ୍ଟ୍ ଓ ଗୁପ୍ତେଶ୍ବର ଟ୍ରେଡର୍ସ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । କିନ୍ତୁ ଚୁକ୍ତିନାମା ପରେ ଗୁପ୍ତେଶ୍ବର କାଜୁ କିଣିବା ନାମରେ ସଂସ୍ଥାର ସରକାରୀ ଅର୍ଥ ହଡ଼ପ କରିଛନ୍ତି ବୋଲି ଦେବଗିରି କିଷାନ ଆଗ୍ରୋ ପ୍ରଡକ୍ଟର ଅଧ୍ୟକ୍ଷା ବାଣୀ ମଣ୍ଡଳ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ। ଏନେଇ କେସ୍ ନମ୍ବର ୨୯୨/ ୨୦.୧୧.୨୦୨୦ରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଏହାର ତନାଘନା ଓ ପଚରାଉଚରା ପାଇଁ ଗୁପ୍ତେଶ୍ବରଙ୍କୁ ଡାକିଥିବା ବେଳେ ସେ ମାମଲା ରୁଜୁ ଦେବା ଦିନଠାରୁ ଫେରାର ହୋଇଯାଇଥିଲେ। ଗୁପ୍ତେଶ୍ବର ଗିରଫ ହେବା ପରେ ସବିଶେଷ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସୂଚନା ମିଳିଛି।

The post ବ୍ୟବସାୟ ଆଳରେ ୧.୭୫ କୋଟି ଟଙ୍କା ହଡ଼ପ, ବ୍ରହ୍ମପୁରର ବେପାରୀ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3m3w5GJ