
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆଖିବୁଜା ଦୁର୍ନୀତି ହୋଇଛି। ଗୋଟିଏ ରାସ୍ତାର ସମାନ ସ୍ଥାନ (ଚ୍ୟାନେଜ)ରେ ଗୋଟିଏ ମାସ ଅନ୍ତରରେ ଦୁଇଟି କାମ ପାଇଁ ଟେଣ୍ତର କରାଯାଇଛି। ପ୍ରଥମ ଏଷ୍ଟିମେଟ୍ରେ ମାଟି, ବାଲି, ମୋରମ ଦିଆଯାଇଥିବା ବେଳେ ଦ୍ବିତୀୟ ଏଷ୍ଟିମେଟ୍ରେ ବି ମାଟି କାମ ଦିଆଯାଇଛି। ଅର୍ଥାତ ପ୍ରଥମେ ବାଲି, ମୋରମ କାମ ସରିବା ପରେ ତା ଉପରେ ପୁଣି ମାଟି ପଡ଼ିବ। ପ୍ରଥମ ଠିକାଦାର ଏଷ୍ଟିମେଟ୍ ଅନୁଯାୟୀ କାମ ନ କରି କେବଳ ୪ଶହ ମିଟର ଡଷ୍ଟ୍ ପକାଇଥିବାବେଳେ ଦ୍ବିତୀୟ ଠିକାଦାର ର ଠ ଏଷ୍ଟିମେଟ ବାହାରେ କାମ କରି ଦାୟିତ୍ବ ସାରି ଦେଇଛନ୍ତି। ଏ ନେଇ ଅଭିଯୋଗ ପାଇବା ପରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏଭଳି ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଜେନାଙ୍କ ନିର୍ଦ୍ଦେଶ ପାଇବା ପରେ କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ର ନିର୍ବାହୀଯନ୍ତ୍ରୀ ଅମୂଲ୍ୟ କୁମାର ମହାପାତ୍ର ଘଟଣାସ୍ଥଳରେ ପହଁଚି ଯାଞ୍ଚ କରିଛନ୍ତି।
ଉନ୍ନୟନ କମିସନରଙ୍କ ନିର୍ଦ୍ଦେଶ ପରେ ନିର୍ବାହୀଯନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ସହିତ ସହକାରୀ ନିର୍ବାହୀଯନ୍ତ୍ରୀ ଅଶୋକ କୁମାର ରାଉତ, କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର କୁମାର ବେହେରା, ଠିକାଦାରଙ୍କ ସହ ରାସ୍ତାରେ ପହଁଚି କାମର ମାନ ଯାଞ୍ଚ କରିଛନ୍ତି। ଯାଞ୍ଚ ବେଳେ କାମର ମାନକୁ ଦେଖି ନିଜେ ନିର୍ବାହୀଯନ୍ତ୍ରୀ ଚକିତ ହେବା ସହ କନିଷ୍ଠଯନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। କିପରି ଗୋଟିଏ ସ୍ଥାନ (ଚ୍ୟାନେଜ)ରେ ଗୋଟିଏ ମାସ ଅନ୍ତରରେ ଦୁଇଟି ଏଷ୍ଟିମେଟ କରାଗଲା ଓ ସମାନ ଧରଣର କାମ ପାଇଁ କିପରି ଅଲଗା ଏଷ୍ଟିମେଟ୍ କରାଗଲା, ଏହା ପଛରେ କି ଉଦ୍ଦେଶ୍ୟ ଲୁଚି ରହିଥିଲା; ତାହାକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ନିର୍ବାହୀଯନ୍ତ୍ରୀ ରାସ୍ତାର ଏଷ୍ଟିମେଟ, ଏଷ୍ଟିମେଟରେ କ’ଣ କ’ଣ ସାମଗ୍ରୀ ରହିଛି ଓ କ’ଣ କାମ ହୋଇଛି, ତାହାର ଯାଞ୍ଚ କରିଛନ୍ତି। ପ୍ରାଥମିକ ଯାଞ୍ଚରୁ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ପ୍ରମାଣ ନିର୍ବହୀଯନ୍ତ୍ରୀ ପାଇଥିବା ସୂଚନା ମିଳିଛି। କିନ୍ତୁ ଏହି ଘଟଣାରେ କି ପଦକ୍ଷେପ ନିଆଯିବ, ସେ ନେଇ ଅ˚ଚଳବାସୀଙ୍କ ମଧୢରେ ଉତ୍ସୁକତା ପ୍ରକାଶ ପାଇଛି।
The post ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ ମହାଦୁର୍ନୀତି : ଗୋଟିଏ ରାସ୍ତା ପାଇଁ ୨ଟି ଟେଣ୍ଡର୍ first appeared on Sambad.
from ଜିଲ୍ଲା – Sambad https://ift.tt/3kHp5yJ
0 Comments