
କଣିହାଁ: ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ କଣିହାଁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ପ୍ଲାଣ୍ଟରୁ (ଓଡ଼ି ୧୯ଏଫ – ୮୭୦୧ ) ନମ୍ବର ଟ୍ରକ ଯୋଗେ କୋଇଲା ବୋଝେଇ କରି ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଡେରେଙ୍ଗ ପ୍ଲାଣ୍ଟ ନିକଟରେ ପହଞ୍ଚିଥିଲା।
ପ୍ଲାଣ୍ଟରେ ଟ୍ରକରୁ କୋଇଲା ଖାଲି କରିବା ପୂର୍ବରୁ ଟ୍ରକର ଚାଳକ ଦୁଃଖ ବନ୍ଧୁ ପାତ୍ର( ୪୦) ରାସ୍ତାରେ ଛିଡା ହୋଇ ନିଜ ଟ୍ରକରୁ ପାଲ ଖୋଲୁଥିଲେ। ଏହି ସମୟରେ ଜିନ୍ଦଲ ପ୍ଲାଣ୍ଟ ଭିତରୁ କୋଇଲା ଖାଲି କରି ପ୍ଲାଣ୍ଟ ବାହାରକୁ ଆସୁଥିବା ଆଉ ଏକ ଟ୍ରକ ଚାଳକ ଦୁଃଖ ବନ୍ଧୁ ପାତ୍ରଙ୍କୁ ଧକ୍କା ଦେଇଥିଲା। ଫଳରେ ପାତ୍ର ତଳେ ପଡି ଯାଇଥିଲେ ।
ତାଙ୍କ ଉପରେ ଅଜଣା ଟ୍ରକଟି ଚଢି ଯିବାରୁ ଘଟଣାସ୍ଥଳରେ ଦୁଃଖ ବନ୍ଧୁ ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ମୃତ ଚାଳକଙ୍କ ଘର ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମରେ ବୋଲି ଜଣାପଡିଛି। ଘଟଣାସ୍ଥଳରେ ଜିନ୍ଦଲ ଫାଣ୍ଡି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।
The post ଅଜଣା ଟ୍ରକ ଧକ୍କାରେ ଚାଳକ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/3qJzPxV
0 Comments