
ନୂଆପଡ଼ା: କିଛି ଦିନ ହେବ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ଡିଭିଜନର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଉଛି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କୋମନା ରେଞ୍ଜରେ ଥିବା ଜଙ୍ଗଲ ନିକଟବର୍ତ୍ତୀ ଗାଁମାନଙ୍କରେ ଲୋକଙ୍କୁ ସଚେତନ କରିବା ପାଇଁ କୋମନା ବନ ବିଭାଗ ତରଫରୁ ପାଲା, ପଥପ୍ରାନ୍ତ ନାଟକ ତଥା ସଭାସମିତି କରି ଲୋକଙ୍କୁ ସଚେତନ କରାଯାଉଛି।

ଏ କାର୍ଯ୍ୟକ୍ରମରେ କୋମନା ରେଞ୍ଜର ଜଗଦୀଶ ଚନ୍ଦ୍ର ଦୁରିଆ, ଫରେଷ୍ଟର ଜୟଲାଲ ଶୁକ୍ଲା, ବନ୍ୟଜନ୍ତୁ ୱାଡେନ ମାୟାଧର ସରାଫ ପ୍ରମୁଖ ସାମିଲ ଥିଲେ।
The post ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗର ସଚେତନତା first appeared on Sambad.
from ଜିଲ୍ଲା – Sambad https://ift.tt/2ODN7ia
0 Comments