
ବାରିପଦା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଜୁଆଳି କଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ସୋମବାର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ କୁମୁଦ ରଞ୍ଜନ ତିୟୁ (୨୫)ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରଞ୍ଜନ ତିୟୁ କୌଣସି କାମ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଜି ୧୨ଟାରେ ଏକ ମଟର ସାଇକେଲରେ ଯାଉଥିଲେ। ଘର ଠାରୁ ମାତ୍ର ୧ କି:ମି ବାଟ ଯାଇଥିବା ବେଳେ ଯେପରି ତାଙ୍କୁ ସେଠାରେ ଜମ ଜଗି ବସିଥିଲା ଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି।
ବୀପରିତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ରଞ୍ଜନଙ୍କୁ ଧକ୍କା ଦେବା ସହ ମାଡି ଚାଲି ଯାଇଥିଲା। ଏହି ଦୁର୍ଘଟଣାରେ କୁମୁଦଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟଲୋକ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସକୁ ଜଣାଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛନ୍ତି।
The post ଘରଠାରୁ ଏକ କିଲୋମିଟର ଦୂରରେ ଜଗି ବସିଥିଲା ଯମ; ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ first appeared on Sambad.
from ଜିଲ୍ଲା – Sambad https://ift.tt/3v3q3tL
0 Comments