
ଜଳେଶ୍ୱର: ବେଆଇନ୍ ଅର୍ଥ ଆଦାୟ ଅଭିଯୋଗରେ ବାଲେଶ୍ବର ଏସ୍ପି ଆଜି ଜଣେ ଫାଣ୍ଡି ଅଧିକାରୀ ତଥା ଏଏସ୍ଆଇଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଏଏସ୍ଆଇ ଜଣକ ହେଲେ ଉମାକାନ୍ତ ମହାପାତ୍ର।
ମିଳିଥିବା ସୂଚନା ମୁତାବକ ନିଲମ୍ବିତ ଫାଣ୍ଡି ଅଧିକାରୀ ଶ୍ରୀ ମହାପାତ୍ର ଫୋନ୍ ଯୋଗେ ଲୋକଙ୍କୁ ବଟି ମାଗୁଥିବା ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ତାହା ଏସ୍ପିଙ୍କ ହସ୍ତଗତ ହୋଇଥିଲା। ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶରେ ଏନେଇ ତଦନ୍ତ ହେବା ପରେ ଆଜି ନିଲମ୍ବନ କରିଥିବା ଜଣାଯାଇଛି।
The post ବେଆଇନ୍ ଅର୍ଥ ଆଦାୟ ଅଭିଯୋଗରେ ଏଏସ୍ଆଇ ନିଲମ୍ବିତ first appeared on Sambad.from ଜିଲ୍ଲା | Sambad https://ift.tt/39jjIBw
0 Comments