କେନ୍ଦୁଝର: ମନ୍ଦିରରେ ସପରିବାର ଜାଗର ପାଳନ କରୁଥିବା ବେଳେ ଘରେ କଳାକନା ବୁଲାଇଦେଇଛନ୍ତି ଚୋର। କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଂସରା ଗାଁରୁ ଆସିଛି ଏହି ଧରଣର ଅଭିଯୋଗ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଜାଗର ଥିବାରୁ କଂସରା ଗାଁର ନନ୍ଦନ ବାରିକଙ୍କ ପରିବାର ମନ୍ଦିରକୁ ଯାଇ ଶିବ ଆରାଧନାରେ ବସିଥିଲେ। ଘରେ କେହି ନଥିବାର ସୁଯୋଗ ପାଇଁ ଦୁର୍ବୃତ୍ତମାନେ ଘରର କବାଟ ଭାଙ୍ଗି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୩୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ବାରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା କିଛି ଜିନିଷକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି।

The post ମନ୍ଦିରରେ ସପରିବାର ଜାଗର ପାଳନ କରୁଥିବା ବେଳେ ଘରେ କଳାକନା ବୁଲାଇଲେ ଚୋର first appeared on Sambad.



from ଜିଲ୍ଲା – Sambad https://ift.tt/3qEHAp0