
ନୂଆପଡ଼ା: ୭ ଦିନ ହେଲାଣି କୁଆଡେ ଚାଲିଯାଇଛନ୍ତି ପତ୍ନୀ ଓ ଦୁଇ ଛୁଆ | ଆଉ ପତ୍ନୀଙ୍କ ସହ ଛୁଆକୁ ଖୋଜି ଖୋଜି ନୟାନ୍ତ ହେବା ପରେ ଏବେ ସୋସିଆଲ ମିଡିଆରେ ଗୁହାରି କରିଛନ୍ତି ସ୍ୱାମୀ | ଦିନଦ୍ବିପହରରେ ମା ସହ ଦୁଇ ଛୁଆ ନିଖୋଜ ହେବା ଘଟଣା ଆଜିକୁ ୭ ଦିନ ବିତି ଯାଇଥିଲେ ମଧ୍ୟ କାହାରି ମଧ୍ୟ ପତ୍ତା ମିଳିନଥିବା ବର୍ତ୍ତମାନ ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପରିବାର ପକ୍ଷରୁ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୋଗକୁ ଗୁରୁତ୍ୱ ଦେଉନଥିବାରୁ ପରିବାର ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଆଉ ପୁଲିସ ପାଖରୁ ହତାଶ ହେବା ପରେ ଶେଷରେ ସ୍ବାମୀ ସୋସିଆଲ ମିଡ଼ିଆ ମାଧ୍ୟମରେ ସ୍ତ୍ରୀଙ୍କୁ ଖୋଜିବା ପାଇଁ ଗୁହାରି କରିଛନ୍ତି।
ମିଳିଥିବା ଖବର ଅନୁଯାୟୀ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବାବେବୀର ଗ୍ରାମର କରମବୀର ପଟେଲ ଘରେ ନଥିବା ସମୟରେ ସ୍ତ୍ରୀ ନିଲମ ପଟେଲ (୩୦ବର୍ଷ), ବଡ଼ ଝିଅ ପୂର୍ଣ୍ଣମୀ ପେଟେଲ (୮ବର୍ଷ), ପୁଅ କୁମନ ପଟେଲ (୨ବର୍ଷ) ଚଳିତ ମାସ ୨୪ ତାରିଖ ସକାଳ ୭ଟା ସମୟରୁ ଘରୁ ବାହାରି ଏକ ବସରେ ବୋଡ଼େନରେ ଥିବା ପିଉସୀ ଘରକୁ ଯାଉଛି କହି ଯାଇଥିଲେ। ହେଲେ ସେଠାକୁ ନଯାଇ ମା ଓ ଦୁଇ ଶିଶୁ କୁଆଡ଼େ ଗଲେ ଜଣାପଡିନାହିଁ ବୋଲି ସ୍ବାମୀ କରମବୀର କହିଛନ୍ତି।
ଦୁଇ ଦିନ ଧରି ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖବର ମିଳିନଥିଲା । ଶେଷରେ କରମବୀର ପଟେଲ ବୋଡ଼େନ ଥାନାରେ ୨୬ ତାରିଖ ଦିନ ସ୍ତ୍ରୀ ଓ ଦୁଇ ପୁଅ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି। ହେଲେ ପୁଲିସ ଏହା ଉପରେ ଗୁରୁତ୍ୱ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଶେଷରେ ପରିବାର ଲୋକ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଖୋଜିବାରେ ସହଯୋଗ କରିବାକୁ ଗୁହାରି କରିଛନ୍ତି।
The post ୭ ଦିନ ହେଲା ମା ସହିତ ୨ ଛୁଆ ନିଖୋଜ, ଖୋଜିବା ପାଇଁ ସୋସିଆଲ ମିଡିଆରେ ଗୁହାରି କଲେ ସ୍ବାମୀ first appeared on Sambad.from ଜିଲ୍ଲା | Sambad https://ift.tt/2Pe6i2U
0 Comments