ପୁରୀ: ମହାପ୍ରଭୁଙ୍କ ଦର୍ଶନ ବେଳେ ଆଜି ଶ୍ରୀମନ୍ଦିରରେ ଜଣେ ଭକ୍ତଙ୍କ ପ୍ରାଣ ଚାଲିଯାଇଛି। ଭକ୍ତଜଣକ ହେଲେ କଟକର ମନୋହର ଲାଲ(୭୨)।

ମିଳିଥିବା ସୂଚନା ମୁତାବକ, ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ମନୋହର ବାହାର କବାଟରୁ ମହାପ୍ରଭୁଙ୍କ ଦର୍ଶନ କରି ଘଣ୍ଟିଦ୍ୱାର ଦେଇ ଫେରିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ତତକ୍ଷଣାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଅଣାଯାଇଥିଲା। ସେଠାରେ ମନୋହରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

The post ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ପ୍ରାଣ first appeared on Sambad.



from ଜିଲ୍ଲା – Sambad https://ift.tt/2OwBmd9