ଜଗତସିଂହପୁର: ଜଗତସିଂହପୁର ବ୍ଲକ ତରଡାପଡା ପଞ୍ଚାୟତ ଚାନ୍ଦୁରା ଗାଁ ନିକଟରେ ଥିବା ଏକ ପଡ଼ିଆରେ ଔଷଧ ଜଳୁଥିବାର ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟା ସମୟରେ କିଛି ଲୋକ ଟ୍ରାକ୍ଟରରେ ପ୍ରଚୁର ମାତ୍ରାରେ ଔଷଧ ଆଣି ପକାଇ ନିଆଁ ଲଗେଇ ଦେଇଥିଲେ। ପ୍ରବଳ ଧୂଆଁ ହେବାରୁ କଣ ଜଳୁଛି ବୋଲି ଗ୍ରାମବାସୀ ଦଉଡ଼ି ଯାଇ ଦେଖିଥିଲେ।

ହେଲେ ସେତେବେଳକୁ ଅଧିକାଂଶ ଔଷଧ ପୋଡ଼ି ଯାଇଥିଲା। ତେବେ ଔଷଧର ଏକ୍ସପାରି ହୋଇ ଯାଇଥିବାରୁ ଏଭଳି କରାଯାଇଥିବା ଜଣାଯାଇଛି। ତେବେ ଏହା କୌଣସି ଷ୍ଟକିଷ୍ଟର ମେଡିସିନ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ନିକଟରେ ଥିବା ଘର ଲୋକମାନେ ଧୂଆଁ ଯୋଗୁଁ ସମସ୍ୟାରେ ପଡ଼ିଛନ୍ତି।

 

The post ଜଳିଲା ପୁଳାପୁଳା ଔଷଧ first appeared on Sambad.

from ଜିଲ୍ଲା | Sambad https://ift.tt/3ddDZcD