ବାଲିକୁଦା : ପାଣି ପାଇଁ ଲୋକମାନଙ୍କୁ ଏକଘଣ୍ଟା କସରତ କରିବାକୁ ପଡୁଛି। ଦୀର୍ଘ ୨ ମାସ ହେବ ଏଭଳି ଯନ୍ତ୍ରଣା ଭୋଗୁଛନ୍ତି ବଡ଼ଚଣା ବ୍ଲକ ଗୋପାଳପୁର ପଞ୍ଚାୟତ ଉତ୍ତର ଗୋପାଳପୁର ଓ୍ବାର୍ଡ-୯ ପାଢ଼ୀସାହିର ୨୫ ପରିବାର। ସରକାରୀ ନଳକୂଅଟି ୨ ମାସ ହେବ ଖରାପ ହୋଇଯାଇଛି। ଘଣ୍ଟାଏ କସରତ କଲେ ଯାଇ ପାଣି ଟୋପାଏ ମିଳୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆବଶ୍ୟକ ହେଲେ ଲୋକେ ୧/୨ କିମି ପାହାଡ଼ ତଳକୁ ଆସି ପାଣି ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଆଗକୁ ଗ୍ରୀଷ୍ମ ପ୍ରବାହ ବଢ଼ିଲେ ଲୋକେ ଆହୁରି ଜଳ ଯନ୍ତ୍ରଣା ଭୋଗିବେ ବୋଲି ଲୋକେ ଆକଳନ କରୁଛନ୍ତି। ବିଭାଗ ପକ୍ଷରୁ ନଳକୂଅଟିକୁ ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

The post ଘଣ୍ଟାଏ କସରତ ପରେ ପାଣି, ୨୫ ପରିବାର ହନ୍ତସନ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/2QMGZoV