ଚନ୍ଦାହାଣ୍ଡି : ମଣ୍ଡି ଦୁର୍ନୀତି ପ୍ରତିବାଦରେ ଆଜି ଚାଷୀ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୩୦ କିମି ଏକ କିଷାନ୍ ପଦଯାତ୍ରା ଆଜି ଆରମ୍ଭ ହୋଇଛି । ଆଜି ଶତାଧିକ ଚାଷୀ ଚନ୍ଦାହାଣ୍ଡି ଲେମ୍ପ୍ସ ଠାରେ ଏକତ୍ରିତ ହୋଇ ପଦଯାତ୍ରାରେ ଭାଗ ନେଇଥିଲେ ।

ଗ୍ରାମ୍ୟ ପୂଜାରୀ ସ୍ଥାନୀୟ ପେଣ୍ଡ୍ରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦଯାତ୍ରା ଝରିଗାଁ, ଉମରକୋଟ , ଡାବୁଗାଁ, ପାପଡାହାଣ୍ଡି ଦେଇ ବିଭିନ୍ନ ଗ୍ରାମରେ ରହଣି କରି ଆସନ୍ତା ୮ ତାରିଖ ଦିନ ନବରଙ୍ଗପୁର  ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଥିବା ଶ୍ରୀ ବାଘ ପ୍ରକାଶ କରିଛନ୍ତି । ବିଭିନ୍ନ ଦାବି ନେଇ ଅନୁଷ୍ଠିତ ଏହି ପଦଯାତ୍ରାରେ ଚନ୍ଦାହାଣ୍ଡି ମଣ୍ଡି ଦୁର୍ନୀତି,ଜଙ୍ଗଲ ଜମି ପଟ୍ଟାର ଅଧିକାର,ମଣ୍ଡି ଦୁର୍ନୀତିରେ ଜଡ଼ିତ ବ୍ୟକ୍ତି ଓ ମିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ,ମଣ୍ଡିରୁ ସମସ୍ତ ଚାଷୀଙ୍କ ଧାନ ଉଠିବା ଓ ଧାନ ବିକ୍ରି କରି ପଇସା ପାଇ ନଥିବା ଚାଷୀ ଶୀଘ୍ର ପଇସା ପ୍ରଦାନ ଆଦି ଦାବି ଗୁଡ଼ିକ ରହିଛି ।

ଆଜିର କାର୍ଯ୍ୟକ୍ରମରେ ପଦଯାତ୍ରାର ଆବାହକ ତଥା ଚାଷୀ ନେତା କ୍ଷେମ ରାଜ ବାଘଙ୍କ ସମେତ ଡମ୍ବରୁ ହରିନା, ହୁମେଶ୍ବର ହଂସ,ନାରାୟଣ ହଂସ, ମଣି ରାମ ମାଝୀ,ପରବେ କଟା,ବଳି କଟା,ଗୁରୁ କେତକୀ,ନାରଦ ହଂସ,କୃଷ୍ ବାଘ,ସିନ୍ଦୂର ଲାଲ୍ ମାଝୀ,ନିରଞ୍ଜନ ମାଝୀ, ଟଙ୍କ ହଂସ,ଚନ୍ଦ୍ର ବନ୍ଦୀ ଛୋଡ,ରାମ ହଂସ ଙ୍କ ସମେତ ବହୁଚାଷୀ ଯୋଗ ଦେଇଥିଲେ ।

The post ଚନ୍ଦାହାଣ୍ଡିରୁ କୃଷକଙ୍କ ରଣହୁଙ୍କାର, ଆରମ୍ଭ ହେଲା ପଦଯାତ୍ରା first appeared on Sambad.



from ଜିଲ୍ଲା – Sambad https://ift.tt/3bd8pfv