କଟକ : ପ୍ରଖ୍ୟାତ ସାରସ୍ୱତ ସାଧକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଶିଶୁ-ସାହିତ୍ୟ ଲେଖକ ସମ୍ମେଳନର ସର୍ବୋଚ୍ଚ ସମ୍ମାନ ‘ଅନନ୍ତ ପଟ୍ଟନାୟକ ଶିଶୁ-ସାହିତ୍ୟ ସମ୍ମାନ’ ପାଇବାବୁ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୧୪ତାରିଖ ରବିବାର ପୂର୍ବାହ୍‌ଣରେ ତିନିକୋଣିଆ ବଗିଚାସ୍ଥିତ କର ପ୍ୟାଲେସ୍‌ଠାରେ ଶିଶୁ ସାହିତ୍ୟ ଲେଖକ ସମ୍ମେଳନର ୨୦ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ପ୍ରଫେସର ଆଚାର୍ଯ୍ୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ଏହା ସହିତ ଶଶିଭୂଷଣ ମିଶ୍ର(ସାଲେପୁର)ଙ୍କୁ ‘ନନ୍ଦକିଶୋର ସମାଲ ଶିଶୁସାହିତ୍ୟ ସମ୍ମାନ ପର୍ଶୁରାମ ବେହେରା(ଟାଙ୍ଗୀ)ଙ୍କୁ ‘ଜୟକୃଷ୍ଣ ସାହୁ ଶିଶୁସାହିତ୍ୟ ସମ୍ମାନ, ପ୍ରଶାନ୍ତ କୁମାର ସ୍ୱାଇଁ(ଯାଜପୁର)ଙ୍କୁ ‘ପ୍ରଫେସର ଜଗମୋହନ ରାଠୋର ଶିଶୁସାହିତ୍ୟ ଗବେଷଣା ସମ୍ମାନ, ପୂର୍ଣ୍ଣଚନ୍ଦ୍ର ବେହେରା(କଟକ)ଙ୍କୁ ‘ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଶିଶୁ-ସାହିତ୍ୟ ସଂଗଠନ ସମ୍ମାନ, ରତ୍ନାକର ଦାସ(କେନ୍ଦୁଝର)ଙ୍କୁ ‘ବିଦ୍ୟୁତଲତା-ସଚ୍ଚିଦାନନ୍ଦ ଶିଶୁସାହିତ୍ୟ ସମ୍ମାନ, ବଙ୍କିମ ଚନ୍ଦ୍ର ନାୟକ(ଭୁବନେଶ୍ୱର)ଙ୍କୁ ‘ସୂର୍ଯ୍ୟମଣି ସାମନ୍ତରାୟ ସଂପାଦନା ପୁରସ୍କାର, ରଶ୍ମିରଞ୍ଜନ ସାହୁ(ପୁରୀ)ଙ୍କୁ ‘ଘନଶ୍ୟାମ ପାଣି ସ୍ମାରକୀ ଯୁବ ପ୍ରତିଭା ସମ୍ମାନ, ଆୟୁଷ ଖୁଣ୍ଟିଆ(ଭୁବନେଶ୍ୱର)ଙ୍କୁ ‘ଶୁକଦେବ ବାରିକ ଶିଶୁପ୍ରତିଭା ସମ୍ମାନ, ସୁଶ୍ରୀ ସାଇଶ୍ରିତା ପାଣି(ଚୌଦ୍ୱାର)ଙ୍କୁ ‘ସାବିତ୍ରୀ ମହାପାତ୍ର କଳାପ୍ରତିଭା ସମ୍ମାନ, ସୌମ୍ୟଶ୍ରୀ ସାହୁ(ପୁରୀ)ଙ୍କୁ ‘ମିହିର ସେନ୍ ସାହସିକ ସମ୍ମାନ , ତନୁଶ୍ରୀ ପ୍ରିୟଦର୍ଶିନୀ(ଚୌଦ୍ୱାର)ଙ୍କୁ ‘ଜୟକୃଷ୍ଣ ବେହେରା ମେଧାସମ୍ମାନ ପ୍ରଦାନ କରାଯିବାକୁ ଚୂଡାନ୍ତ ହୋଇଛି।

ଆସନ୍ତା ସମାବର୍ତ୍ତନ ସମାରୋହରେ ୧୦ଜଣ ଶିଶୁସାହିତ୍ୟ ଲେଖିକାଙ୍କୁ ‘ଦ୍ୱି-ଦଶନ୍ଧି ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ସେମାନେ‌ ହେଲେ ଡକ୍ଟର ପ୍ରଭାତୀ ମିଶ୍ର(କଟକ), ଶରତ କୁମାରୀ ଆଚାର୍ଯ୍ୟ(କଟକ), ନଳିନୀପ୍ରଭା ନାୟକ(କଟକ), ସୁକାନ୍ତି ମହାନ୍ତି(ଜଗତସିଂହପୁର), ନିର୍ମଳା କୁମାରୀ ମହାପାତ୍ର(ଭୁବନେଶ୍ୱର), ପ୍ରତିଭା ଦାସ(କେନ୍ଦ୍ରାପଡ଼ା), ପ୍ରମିଳା ପତି(କଟକ), ଅରୁଣା ସାମନ୍ତରାୟ(କଟକ), ଡଲିରାଣୀ ବ୍ରହ୍ମା(ରାଉରକେଲା) ଓ ବିଜୟଲକ୍ଷ୍ମୀ ନାୟକ(କଟକ)। ଆସନ୍ତା ସମାବର୍ତ୍ତନ ସମାରୋହରେ ଅନୁଷ୍ଠାନର ସଭ୍ୟସଭ୍ୟା ଓ ଶିଶୁସାହିତ୍ୟ ସ୍ରଷ୍ଟା ଯୋଗଦେବାକୁ ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ନିବେଦନ କରିଛନ୍ତି।

The post ଶାନ୍ତନୁ ଆଚାର୍ଯ୍ୟଙ୍କୁ ଅନନ୍ତ ପଟ୍ଟନାୟକ ଶିଶୁ-ସାହିତ୍ୟ ସମ୍ମାନ first appeared on Sambad.



from ଜିଲ୍ଲା – Sambad https://ift.tt/3v3XLzg