
ଗୋପାଳପୁର/ତାରପୁର : ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଳକ୍ ଚକିଣିଆ ଗସ୍ତରେ ଆସିଥିବା ମନ୍ତ୍ରୀ, ବିଧାୟକ ଆଜି ଚାଷୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଧାନକିଣାରେ ଅବ୍ୟବସ୍ଥାରୁ ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ କରି ଆନ୍ଦୋଳନରତ ଚାଷୀମାନେ ମନ୍ତ୍ରୀ, ବିଧାୟକଙ୍କ ଗାଡ଼ି ଆଗରେ ଶୋଇ ଧାରଣା ଦେଇଥିଲେ। ସେଠାରେ ଚାଷୀଙ୍କ ଧାନ ବିକ୍ରି ପାଇଁ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ନିବୃତ୍ତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ଚିକିଣିଆ କୃଷି ସମବାୟ ସିମତି ଅଧୀନରେ ପଞ୍ଜୀକୃତ ଚାଷୀଙ୍କ ଧାନ ବିକ୍ରି ପୂର୍ବରୁ ଟୋକନ୍ ଅବଧି ଶେଷ ହୋଇଯାଇଥିଲା। ଫଳରେ, ଧାନ ବିକ୍ରିରୁ ବଂଚିିତ ହୋଇଥିଲେ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ଆଜି ମନ୍ତ୍ରୀ ରଘୁନନ୍ଦନ ଦାସ ଚକିଣିଆ ଗସ୍ତରେ ଆସିଥିବାବେଳେ ଚାଷୀଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇଯାଇଥିଲା। ଚାଷୀମାନେ ମନ୍ତ୍ରୀ ଓ ତାଙ୍କ ସହିତ ଥିବା ବିଧାୟକ ବିଜୟଶଙ୍କର ଦାସଙ୍କ ଗାଡ଼ି ଆଗରେ ଧାରଣରେ ବସିଥିଲେ। ଫଳରେ, ମନ୍ତ୍ରୀ ଓ ବିଧାୟକ ଗାଡ଼ିରୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ। । ଚାଷୀ ନିଗମାନନ୍ଦ ଦାସ, ଭଗବାନ ମହାରଣା, ନିତ୍ୟାନନ୍ଦ ନାୟକ, ମମତା ତାରେଣିଆ, ନବ କିଶୋର ଦାସ, ନବଘନ ନାୟକ, ବିଭୂତି ରାଉତ, ସୁଧା˚ଶୁ ବେହେରା, ଦୁର୍ଯ୍ୟୋଟି ମହାନ୍ତି, କୈଳାସ ସେଣ, ପବିତ୍ର ନାୟକଙ୍କ ସମେତ ବହୁ ଚାଷୀ ମନ୍ତ୍ରୀଙ୍କୁ ଫେବ୍ରୁଆରି ୬, ୮, ୧୩ ତାରିଖରେ ଦିଆଯାଇଥିବା ଟୋକନ୍ର ଧାନ ବିକ୍ରି ହୋଇ ନଥିବା ଆପତ୍ତି ଉଠାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପୁନର୍ବାର ଟୋକନ୍ ଅନୁସାରେ ସେମାନଙ୍କ ଧାନ ବିକ୍ରି ଅନୁମତି ଦେବାକୁ ସେମାନେ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଥିଲେ।
ମନ୍ତ୍ରୀ ଶ୍ରୀ ଦାସଙ୍କ ପ୍ରତିଶ୍ରୁତି ପରେ ସେମାନେ ଧାରଣାରୁ ଉଠିଥିବା ଜଣାପଡ଼ିଛି।
The post ଧାନମଣ୍ଡି ଅବ୍ୟବସ୍ଥାର ପ୍ରତିବାଦ : ମନ୍ତ୍ରୀଙ୍କ ଗାଡ଼ି ଆଗରେ ଧାରଣା ଦେଲେ ଚାଷୀ first appeared on Sambad.
from ଜିଲ୍ଲା – Sambad https://ift.tt/3qKUZM7
0 Comments