ଝାରସୁଗୁଡ଼ା : ନିଶା ବର୍ଜନ ଓ ପ୍ରତିଦିନ ବ୍ୟାୟାମ କରିବାକୁ ଜନସଚେତନତା ସୃଷ୍ଟି ପାଇଁ ଝାରସୁଗୁଡ଼ା ଦୁର୍ଲଗା ଗ୍ରାମର ବରିଷ୍ଠ ନାଗରିକ ଅଭିରାମ ଶତପଥୀ (୬୩ ବର୍ଷ) ଦିଲ୍ଲୀ ପଦଯାତ୍ରାରେ ଯାଇ ସୋମବାର ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶ୍ରୀ ଶତପଥୀ ଗତ ଜାନୁଆରି ୬ ତାରିଖରେ ଝାରସୁଗୁଡ଼ାଠାରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ସେଠାରୁ ପୁଣି ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ଦିଲ୍ଲୀରେ ସେ ଗତ ୨୫ ତାରିଖରେ ପହଞ୍ଚିଥିଲେ। ଦିଲ୍ଲୀରୁ ଆଜି ସେ ବିମାନରେ ଝାରସୁଗୁଡ଼ା ଫେରି ଆସିଛନ୍ତି।

The post ଦିଲ୍ଲୀ ପଦଯାତ୍ରା ସାରି ଫେରିଲେ ଅଭିରାମ first appeared on Sambad.

from ଜିଲ୍ଲା | Sambad https://ift.tt/3wbcs4f