
ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ମହିଳାଙ୍କ ଦ୍ବାରା ଧଳା ଜହର ବ୍ୟାପାର କରାଯାଉଛି। ଗଡ଼ ବଜାର୍ ଇଲେକ୍ଟ୍ରି ଅଫିସ ପାଖ ଓ ନରେନ୍ଦ୍ର ପୁର୍ ରାସ୍ତା ପାଖରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ପାରାଦୀପ ଅବକାରୀ ବିଭାଗ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଦୁଇ ମହିଳାଙ୍କୁ ଗିରଫ କରିଛି । ଗିରଫ ଦୁଇ ମହିଳାଙ୍କ ନାମ ଶୈଳବାଳା ସୁତାର ଓ ଆଞ୍ଜୁଳ ଲତା ମଲ୍ଲିକ ବୋଲି ଜଣାପଡ଼ିଛି। ଆଜି ଧଳା ଜହର ବ୍ୟାପାରରେ ସମ୍ପୃକ୍ତ ଥିବା ଦୁଇ ମହିଳାଙ୍କୁ ଗିରଫ କରିବା ପରେ ଦୁହିଁଙ୍କ ଠାରୁ ୧୫ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି।
ପାରାଦୀପ୍ ଗଡ଼ , ଭୂତମୁଣ୍ଡାଇ , ଦୋଛକି , ଅଠରବାଙ୍କୀ ଓ ପାରାଦୀପ୍ ସମୁଦ୍ର କୂଳରେ ଏହି ଧଳା ଜହର ବିକ୍ରି କରିବାରେ ଯୁବକମାନେ ନିୟୋଜିତ ଥିବା ବେଳେ ଅନେକ ସମୟରେ ଧରା ପଡିଥିଲେ । ପୁଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେବାକୁ ଯାଇ ଏମାନେ ଏବେ ମହିଳାମାନଙ୍କୁ ଏଥିରେ ନିୟୋଜିତ କରିଥିବା ବେଳେ ଆଜି ଅବକାରୀ ବିଭାଗ ଦୁଇ ମହିଳା ଶୈଳବାଳା ସୁତାର ଓ ଆଞ୍ଜୁଳ ଲତା ମଲ୍ଲିକଙ୍କୁ ଧରିବାରେ ସମର୍ଥ ହୋଇଛି ।
The post ଧଳା ଜହର ବ୍ୟାପାରରେ ସମ୍ପୃକ୍ତ ଥିବା ଦୁଇ ମହିଳା ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3v8rqrq
0 Comments