କଟକ: ପ୍ରଥମେ କେଶକୁ ହାଲୁକା ଓଦା କରିବେ, ପରେ ନିଜ କେଶ ଅନୁଯାୟୀ ଯଥା; ଛୋଟ କେଶରେ ଦୁଇ ବଡ଼ ଚାମଚ ବଜାରରେ ମିଳୁଥିବା ଭେଜ ମାଏନିଜ୍‌କୁ ଆଣି ଲଗାଇବେ। ଏହାକୁ କେବଳ ଚୁଟିରେ ଲଗାଇବେ, ସ୍କାଲ୍ପ୍‌ରେ ଯେପରି ଏହା ନ ଲାଗିବ। ଏହାକୁ କେଶରେ ଶିରା ଶିରା କରି ଲଗାଇ‌ବା ପରେ ଏକ ପାତ୍ରରେ ପାଣି ଉଷୁମ କରି ଉକ୍ତ ଉଷୁମ ପାଣିରେ ଏକ ତଉଲିଆ ପକାଇବେ। ଉକ୍ତ ତଉଲିଆକୁ ହାଲୁକା ଚିପୁଡ଼ି ଚୁଟିରେ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ୨୦ ରୁ ୩୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ। ୩୦ ମିନିଟ୍‌ ପରେ ତଉଲିଆକୁ କାଢ଼ି କେଶକୁ ଥଣ୍ତା ହେବାକୁ ଛାଡ଼ିଦେବେ। କେଶ ଥଣ୍ତା ହେବା ପ‌େର ଭଲ ଭାବେ ସାମ୍ପୋ କରି କେଶକୁ ଧୋଇନେବେ। ପରେ ବଜାରରେ ମିଳୁଥିବା ହେୟାର ସେରମ୍‌କୁ ଚୁଟିରେ ଲଗାଇବେ। ଏହି ପକ୍ରିୟାକୁ ସପ୍ତାହକୁ ଥରଟିଏ କରିବା ଉଚିତ୍‌। ଯେଉଁମାନେ କେଶ ଷ୍ଟ୍ରେଟ୍‌ନିଙ୍ଗ, କଲର ଭଳି କୌଣସି କେମିକାଲ ସାମଗ୍ରୀ କେଶରେ ବ୍ୟବହାର କରିଥିବେ, ସେମାନେ ଏହି ଘରୋଇ ସ୍ପା ପାଇଁ ବଜାରରେ ମିଳୁଥିବା ମହୁ ଆଣି ନିଜ କେଶ ଅନୁଯାୟୀ, ଛୋଟ କେଶରେ ଦୁଇ ବଡ଼ ଚାମଚ ମହୁକୁ ଏକ ପ୍ୟାଡେଲ ବ୍ରସ୍‌ ସାହାଯ୍ୟରେ କେଶରେ ଶିରା ଶିରା କରି ଲଗାଇବା ପରେ ସମ୍ପୂର୍ଣ୍ଣ କେଶ ଉପରେ ଏକ ଜରିରେ କଭର କରିନେବେ ଏବଂ ଏକ ପାତ୍ରରେ ପାଣି ଉଷୁମ କରି ଏକ ତଉଲିଆକୁ ଉଷୁମ ପାଣିରେ ପକାଇ ହାଲୁକା ଚିପୁଡ଼ି ଉଷୁମ ତଉଲିଆକୁ କେଶ ଉପରେ କଭର୍‌ ହୋଇଥିବା ଜରି ଉପରେ ପକାଇ ସମ୍ପୂର୍ଣ୍ଣ ଚୁଟିକୁ ୨୦ ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖିବେ। ୩୦ ମିନିଟ୍‌ ପରେ ‌ତଉଲିଆକୁ କାଢ଼ିବା ପରେ କେଶକୁ ଥଣ୍ତା ହେବା ପାଇଁ ଛାଡ଼ି ଦେବେ।

Sambad

କେଶ ଥଣ୍ତା ହେବା ପରେ ଭଲ ଭାବେ ସାମ୍ପୋ କରି ଧୋଇନେବେ। କେଶକୁ ସ୍ପଫ୍ଟ ଓ ସ୍ମୁଥ୍‌ କରିବା ପ‌ାଇଁ ବଜା‌ରରେ ମିଳୁଥିବା ଭେସ୍‌ଲିନ୍‌କୁ କେଶ ଅନୁଯାୟୀ-ଛୋଟ କେଶରେ ଦୁଇ ବଡ଼ ଚାମଚ ଭେସ୍‌ଲିନ୍‌କୁ ଏକ ପାତ୍ର‌ରେ ଏହାକୁ ଭଲ ଭାବେ ଏକ କଲର ବ୍ରସ ଦ୍ବାରା ମିଶାଇ କେଶରେ ଶିରା ଶିରା କରି ଲଗାଇବେ। ଏକ ପାତ୍ରରେ ପାଣି ଉଷୁମ କରି ତଉଲିଆକୁ ଉଷୁମ ପାଣିରେ ପକାଇ ହାଲୁକା ଚିପୁଡ଼ି ଉକ୍ତ ଉଲୁମ ତଉଲିଆକୁ କେଶ ଉପରେ କଭର ‌ହୋଇଥିବା ଜରି ଉପରେ ପକାଇ ସମ୍ପୂର୍ଣ୍ଣ ଭାବେ କେଶକୁ ଘୋଡ଼ାଇ ୨୦ ରୁ ୩୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ। ୩୦ ମିନିଟ୍‌ ପରେ ‌ତଉଲିଆକୁ କାଢ଼ିବା ପରେ କେଶକୁ ଥଣ୍ତା ହେବା ପାଇଁ ଛାଡ଼ି ଦେବେ। କେଶ ଥଣ୍ତା ହେବା ପରେ ଭଲ ଭାବେ ସାମ୍ପୋ କରି ଧୋଇନେବେ। ଏହି ତିନୋଟି ପକ୍ରିୟାକୁ ସପ୍ତାହକୁ ଥରେ କରିବା ଉଚିତ୍‌, ଯାହାଦ୍ବାରା ଘରେ ରହି ପାର୍ଲର ଭଳି ହେୟାର ସ୍ପା ପାଇପାରିବେ। ଏହି ସବୁ ପକ୍ରିୟା କରିବା ପୂର୍ବରୁ କେଶକୁ ହାଲୁକା ଓଦା କରିବା ପରେ ଏହା ଲଗାଇ‌ବା ଜରୁରୀ।
ସ୍ମୃତିରେଖା ଦାଶ, ବିଉଟିସିଆନ
ସ୍ମୃତି ବିୟୁଟି କେୟାର ଆଣ୍ତ ସ୍ପା, ସିଡିଏ-୧୦

The post ଘରୋଇ ଉପାୟରେ ଏପରି ‌କରନ୍ତୁ କେଶକୁ ସ୍ପା first appeared on Sambad.

from ଜିଲ୍ଲା | Sambad https://ift.tt/315ESyw