ନାଲକୋ ନଗର: ଗାଧୋଉଥିବାବେଳେ ମୁଣ୍ଡରେ ଖସିପଡିଲା ଛାତ ପ୍ଳାଷ୍ଟର, ଆଉ ଏଥିରେ ଗୁରୁତର ଆହତ ହେଲେ ବ୍ୟକ୍ତି | ଅନୁଗୁଳ ଜିଲ୍ଲା ନାଲକୋ କଲୋନୀ ପରିସରରେ ଆଜି ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏହି କଲୋନୀରେ ରହୁଥିବା ବିଭୁତି ଭୂଷଣ ଅମାନ୍ତ ଆଜି ସକାଳ ୬ଘଟିକା ସମୟରେ କ୍ୱାର୍ଟର ନମ୍ବର ଏ-୮୨୧ରେ ଗାଧୁଆଘର ଭିତରେ ଗାଧୋଉଥିବା ବେଳେ ହଠାତ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିପଡିଥିଲା |

ସିମେଣ୍ଟ ପ୍ଲାଷ୍ଟର ବିଭୁତିଙ୍କ ମୁଣ୍ଡ ଉପରେ ପଡିଯାଇଥିବାବେଳେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା | ବିଭୁତି ହଠାତ ପଥର ଖଣ୍ଡ କେଉଁଠୁ ଆସିଲା ବୁଝି ପାରିନଥିଲେ। ପରେ ମୁଣ୍ଡରୁ ରକ୍ତସ୍ରାବ ବନ୍ଦ ନ ହେବାରୁ ତୁରନ୍ତ ନାଲକୋ ଡାକ୍ତରଖାନା ଆସି ଚିକିତ୍ସିତ ହୋଇଥିଲେ।

ମୁଣ୍ଡରେ ଗଭୀର ଆଘାତ ହୋଇ ଥିବାରୁ ୩ଟି ଷ୍ଟିଚ ପଡିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବିଭୁତି ପ୍ରକାଶ କରିଛନ୍ତି। ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ କ୍ୱାର୍ଟରଗୁଡିକ ଭାଙ୍ଗିରୁଜି ଯାଇଥିବାବେଳେ ଛାତ ମଧ୍ୟ ଦୁର୍ବଳ ହୋଇପଡିଛି | ଏଗୁଡ଼ିକୁ ମରାମତି କରିବାକୁ ସାଧାରଣରେ ଦାବି ପ୍ରକାଶ ପାଇଛି |

The post ଛାତରୁ ପ୍ଲାଷ୍ଟର ଖସି ଯୁବକଙ୍କ ମୁଣ୍ଡ ଫାଟିଲା first appeared on Sambad.

from ଜିଲ୍ଲା | Sambad https://ift.tt/3udRobH