
କଟକ : ‘ୱାନ୍ ବାର୍ ୱାନ୍ ଭୋଟ୍’ ନିୟମ ଅନୁସାରେ ମାର୍ଚ୍ଚ ୨୭ରେ ସାରା ରାଜ୍ୟର ସମସ୍ତ ସ୍ବୀକୃତିପ୍ରାପ୍ତ ଆଇନଜୀବୀ ସଂଘର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ବାର୍ ଆସୋସିଏସନ୍ଗୁଡିକ ପରିସରରେ କୌଣସି ପ୍ରକାର ଭିଡ଼ ଉପରେ କଟକଣା ଜାରି କରାଯାଇଛି। ଏ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସମସ୍ତ ବାର୍ ଆସୋସିଏସନ୍ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ୨୭ ତାରିଖ ଦିନ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ବାର୍ ଆସୋସିଏସନ୍ଗୁଡିକର ପରିସରରେ ଉତ୍ସବ ପାଳନ ପାଇଁ କୌଣସି ପ୍ରକାର ଜନସମାବେଶ ନ କରିବା ପାଇଁ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି। ଯଦି ଏଥିରେ ଅବହେଳା କରାଯାଏ ତେବେ ଏହାକୁ ଆଚରଣବିଧି ଉଲ୍ଲଂଘନ ଭାବେ ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ସମସ୍ତ ବାର୍ ଆସୋସିଏସନରେ ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବାକୁ ଥିବା ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ୧୦ ତାରିଖ ଦିନ ଯାଞ୍ଚ କରାଯିବ। ମାର୍ଚ୍ଚ ୨୭ ତାରିଖ ଦିନ ୮ଟାରୁ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସେହିଦିନ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
The post ଆଇନଜୀବୀ ସଂଘ ନିର୍ବାଚନ : ବାର୍ ପରିସରରେ ଉତ୍ସବ ଆୟୋଜନ ପାଇଁ ସମାବେଶ ଉପରେ କଟକଣା first appeared on Sambad.
from ଜିଲ୍ଲା – Sambad https://ift.tt/3eay76a
0 Comments