ସମ୍ବଲପୁର: କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ। ସମ୍ବଲପୁରସ୍ଥିତ କ୍ଷେତରାଜପୁର ଥାନା ଅନ୍ତର୍ଗତ କ୍ରିଷ୍ଣାନଗର ପେଟ୍ରୋଲ ପମ୍ପ ନିକଟରେ କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି। ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। କମେଣ୍ଟ ମାରିଥିବା ଯୁବକର ଭାଇ ଓ ଝିଅର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି।

ଆପୋଷ ସମାଧାନ ପାଇଁ ପେଟ୍ରୋଲ ପମ୍ପ ନିକଟରେ କଥା ହେଉଥିବା ସମୟରେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଉତ୍ୟକ୍ତ ହୋଇ ଏକ ବାଡ଼ିରେ ଅନ୍ୟ ଏକ ଗୋଷ୍ଠୀର ଯୁବକକୁ  ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଜଣାପଡ଼ିଛି। ଜଣେ ନାବାଳିକାଙ୍କୁ ଜଣେ ଯୁବକ କମେଣ୍ଟ ମାରିବା ଯୋଗୁଁ ଏଭଳି ଘଟଣା ଘଟିଥିବାର ଜଣାପଡ଼ିଛି। ଭାଇରାଲ ଭିଡିଓଟିକୁ ନେଇ ସହରରେ ଚର୍ଚ୍ଚା ହେଉଛି। ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି।

The post କମେଣ୍ଟମରାକୁ କେନ୍ଦ୍ରକରି ସମ୍ବଲପୁରରେ ଗୋଷ୍ଠୀ ସଂଘର୍ଷ, ଭିଡିଓ ଭାଇରାଲ୍ first appeared on Sambad.

from ଜିଲ୍ଲା | Sambad https://ift.tt/38KgSoR