ରାଉରକେଲା: ବନ୍ଧମୁଣ୍ଡାର ନାବାଳିକାଙ୍କୁ ଦୁଷ୍କର୍ମକରିବା ଅଭିଯୋଗରେ ଅଟକ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛି ବନ୍ଧମୁଣ୍ଡା ଡିଜେଲ କଲୋନିର କରଣ ଲାକ୍ରା(୨୦)। ସୂଚନା ଅନୁସାରେ, ଗତ ସୋମବାର ସଂଧ୍ୟାରେ ପରିବାରବର୍ଗ ମାର୍କେଟ୍‌କୁ ଯାଇଥିବାବେଳେ ନାବାଳିକା(୧୨) ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଘର ଭିତରକୁ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଘଟଣା ପ୍ରଘଟ ନ କରିବାକୁ କୁଆଡ଼େ ଧମକଚମକ ଦେଇଥିଲା। ତେବେ ପରିବାରବର୍ଗ ଘରକୁ ଫେରିବାପରେ ନାବାଳିକା ଘଟଣା ବିଷୟରେ କହିଥିଲେ। ଏନେଇ ବନ୍ଧମୁଣ୍ଡା ଥାନାରେ ଏତଲା ହୋଇଥିଲା।

The post ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଦୁଷ୍କର୍ମ ଅଭିଯୁକ୍ତ ଜେଲ୍ ଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3wPCPx7