
ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧୀନ ପୁସ୍ତପୁର-ନୂତନବ୍ରହ୍ମପୁର ରାସ୍ତାରେ ଆଜି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଗଛକୁ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହେଉଛନ୍ତି। ମୃତକଜଣକ ହେଲେ, ରାହୁଲ ଘୋଷ ଓ ଗୁରୁତରଜଣକ ହେଉଛନ୍ତି ତାଳପଡ଼ା ଗ୍ରାମର ସୁନୀଲ କୁମାର ଭୂୟାଁ।
ସୁନୀଲ ପୁସ୍ତପୁର ଗ୍ରାମରେ ଏକ ଦୋକାନ କରିଛନ୍ତି। ଆଜି ସନ୍ଧ୍ୟାରେ ଦୋକାନ ବନ୍ଦ କରି ସେ ରାହୁଲଙ୍କ ସହ କାର୍ ଯୋଗେ ଖଲ୍ଲିକୋଟ ଅଭିମୁଖେ ଆସୁଥିଲେ। ନୂତନବ୍ରହ୍ମପୁର ନିକଟ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛକୁ କାର୍ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଚାଳକ ରାହୁଲଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନୀଲ ଗୁରୁତର ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାହୁଲ୍ କାର୍ ଭିତରେ ଚାପି ହୋଇ ରହିଯାଇଥିଲେ। ବେଗୁନିଆପଡ଼ା ଫାଣ୍ଡି ପୁଲିସ ପହଞ୍ଚିବା ପରେ ଖଲ୍ଲିକୋଟ ଦମକଳବାହିନୀ ସହାୟତାରେ ଶବକୁ କାର୍ ଭିତରୁ ଉଦ୍ଧାର କରାଯାଇଥିଲା। ସୁନୀଲଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
The post ଗଛରେ ପିଟିହେଲା କାର୍, ଚାଳକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3sgkHcg
0 Comments