
କଟକ : ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍)ଙ୍କ ବଦଳି ପ୍ରସଂଗକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିଛି। ଜିଆରଏସଙ୍କ ବଦଳି ପାଇଁ ବିଡିଓଙ୍କ ନିର୍ଦ୍ଦେଶ ଦେବାର କ୍ଷମତା ନାହିଁ ବୋଲି ଦର୍ଶାଇ ଦାୟର ରିଟ୍ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବିଡିଓ ୨୦୨୧ ଏପ୍ରିଲ ୪ରେ ଆବେଦନକାରୀ ପାଞ୍ଚ ଜଣ ଜିଆରଏସଙ୍କ ବଦଳି ପାଇଁ ଜାରି କରିଥିବା ନିର୍ଦ୍ଦେଶ ମେ ୧୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଅନ୍ତରୀଣ ରହିଦେଶ ଜାରି କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍.ନାହାକ ଓ ଅନ୍ୟ ଚାରି ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୧କୁ ଧାର୍ଯ୍ୟ କରାଯାଇଛି। ଏହି ପ୍ରସଂଗର ବିଚାର ଆବଶ୍ୟକ ବୋଲି ହାଇକୋର୍ଟ କହିବା ସହିତ ଏହି ମାମଲାରେ ରାଜ୍ୟ ସରକାର, ଗଞ୍ଜାମ ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ରଙ୍ଗେଇଲୁଣ୍ଡା ବିଡିଓଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
The post ହାଇକୋର୍ଟରେ ଜିଆର୍ଏସ୍ଙ୍କ ବଦଳି ମାମଲା: ବିଡିଓଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ first appeared on Sambad.from ଜିଲ୍ଲା | Sambad https://ift.tt/3tP2cx5
0 Comments