କଟକ : ରାଜ୍ୟ ବାହାରକୁ ଇଟାଭାଟିରେ କାମ କରିବାକୁ ଯାଇଥିବା ଶ୍ରମିକଙ୍କ ଉଦ୍ଧାର ପ୍ରସଂଗରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୁଲିସ ଗ୍ରହଣ କରିଥିବା ପଦକ୍ଷେପ ନେଇ ହାଇକୋର୍ଟ ଅସ‌େନ୍ତାଷ ବ୍ୟକ୍ତ କରିଛନ୍ତି। ୨୦୧୫ରୁ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ବାରମ୍ବାର ପାଟଣାଗଡ଼ ଥାନା ଆଇଆଇସି, ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ପୁଲସ ଓ ଶ୍ରମ ବିଭାଗକୁ ପୀଡିତଙ୍କ ଉଦ୍ଧାର ପାଇଁ ଫଳପ୍ରଦ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଜି ମାମଲାର ଶୁଣାଣି ସମୟରେ ପୀଡିତଙ୍କ ଉଦ୍ଧାର ପ୍ରସଂଗରେ ସାନି ସ୍ଥିତି କ’ଣ ରହିଛି ସେ ନେଇ କୌଣସି ତଥ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇ ପାରି ନ ଥିଲା। ଏଭଳି ସ୍ଥିତିରେ ହାଇକୋର୍ଟ ମାମଲାର ଶୁଣାଣି କରି ବଲାଙ୍ଗୀର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଜିଲ୍ଲାପାଳ ଓ ଏସ୍‌ପି ନିଜ କାର୍ଯ୍ୟାଳୟରୁ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ପୀଡିତଙ୍କ ଉଦ୍ଧାର ପାଇଁ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସେବତୀ ପୁଟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦କୁ ଧାର୍ଯ୍ୟ କରାଯାଇଛି।

The post ଇଟାଭାଟି ଶ୍ରମିକ ନିଖୋଜ ଘଟଣାରେ ହାଇକୋର୍ଟଙ୍କ ଅସନ୍ତୋଷ: ବଲାଙ୍ଗୀର ଜିଲ୍ଲାପାଳ, ଏସ୍‌ପିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3gAOxGc