
କଟକ : ଏକ ଲୁଟ ଓ ଜବରଦସ୍ତ ଟଙ୍କା ଛଡ଼ାଇ ନେବା ମାମଲାରେ ଗିରଫ ହୋଇଥିବା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଏସ. କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜାମିନ ଆବେଦନର ଶୁଣାଣି କରି ଶ୍ରୀ କହଁରଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ସୂଚନା ଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳର ଜଣେ ବ୍ୟକ୍ତି କିଛି ବନ୍ଧୁଙ୍କ ସହିତ ମିଶି କନ୍ଧମାଳ ଜିଲ୍ଲାକୁ ଯାଇଥିବା ବେଳେ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଫେବ୍ରୁଆରି ୯ର ଏହି ଘଟଣାରେ ଶ୍ରୀ କହଁର ଓ ତାଙ୍କ ସହଯୋଗୀ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏ ନେଇ ଫୁଲବାଣୀ ଟାଉନ ଥାନାରେ ଫେବ୍ରୁଆରି ୧୧ରେ ଏତଲା ଦିଆଯିବା ପରେ ଶ୍ରୀ କହଁର ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶ୍ରୀ କହଁରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ଓ ଆଇନଜୀବୀ ଶିତିକାନ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।
The post ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଜାମିନ first appeared on Sambad.from ଜିଲ୍ଲା | Sambad https://ift.tt/3evM4Kk
0 Comments