ଡେଲାଙ୍ଗ : ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଜି ଅସୁସ୍ଥ ହୋଇପଡ଼ିଛନ୍ତି। ଡେଲାଙ୍ଗ ଚିକିତ୍ସାଳୟରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଡେଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅଜିତଙ୍କୁ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ସୂଚନା ମୁତାବକ, ଆଜି ବେରବୋଇଠାରେ କଂଗ୍ରେସର ପ୍ରଚାର ଚାଲିଥିଲା। ଅଜିତ ଏଥିରେ ଯୋଗ ଦେଇଥିଲେ। ପ୍ରବଳ ଗରମ ଯୋଗୁ ପ୍ରଚାର ବେଳେ ହଠାତ୍‌ ଅଜିତ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଉପସ୍ଥିତ କର୍ମୀମାନେ ତାଙ୍କୁ ତୁରନ୍ତ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ୮ ଘଣ୍ଟାର ଚିକିତ୍ସା ପରେ ଅଜିତ ଘରକୁ ଫେରିଛନ୍ତି। ପ୍ରଚାରକୁ କିଛି ସମୟ ପାଇଁ ବନ୍ଦ ରଖିଛନ୍ତି। ଅନ୍ୟପଟେ ଡାକ୍ତର ବି ଖରାରେ ନ ବୁଲି ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅଜିତଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ।

The post ଡେଲାଙ୍ଗ : କଂଗ୍ରେସ ପ୍ରାର୍ଥୀ ଅସୁସ୍ଥ first appeared on Sambad.

from ଜିଲ୍ଲା | Sambad https://ift.tt/3s0ybIK