ଝାରସୁଗୁଡ଼ା : ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ପ୍ରଦୀପ ଜେନା ବୁଧବାର ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଝାରସୁଗୁଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି। ଜିଲ୍ଲାରେ ପହଞ୍ଚିବା ପରେ ସେ ଜିଲ୍ଲାରେ ଚାଲିଥିବା କିଛି ଉନ୍ନୟନମୂଳକ ପ୍ରକଳ୍ପ ବୁଲି ଦେଖିଥିଲେ। ଉନ୍ନୟନ କମିସନର୍‌ ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ସେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲା ଗସ୍ତ କରିବେ।

ବୁଧବାର ଝାରସୁଗୁଡ଼ା ଜିଲ୍ଲର କୃଷି, ଶିକ୍ଷା, ସ୍ବାସ୍ଥ୍ୟ ବିଭାଗର କିଛି ପ୍ରକଳ୍ପ ବୁଲି ଦେଖିଥିବା କହିଥିଲେ। ଝାରସୁଗୁଡ଼ାଠାରେ ପିପିପି ମୋଡ୍‌ରେ ନିର୍ମାଣ ହେଉଥିବା କାର୍ଡିଓ କେୟାର ହସ୍‌ପିଟ‌ାଲକୁ ମଧ୍ୟ ବୁଲି ଦେଖିଥି‌ଲେ। ଜଳସେଚନ ବିଭାଗର କିଛି ପ୍ରକଳ୍ପ, ମନରେଗା‌ ଯୋଜନା ମଧ୍ୟ ଅନୁଧ୍ୟାନ କରିଥିଲେ। ମିସନ୍‌ ଆଶ୍ରାକୁ ମଧ୍ୟ ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ଡିଏମ୍ଏଫ୍‌ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟମ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ ସାମଲ, ପିଡ଼ି ତପିରାମ ମାଝୀ ତଥା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

The post ଉନ୍ନୟନ କମିସନରଙ୍କ ଝାରସୁଗୁଡ଼ା ଗସ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/39T0aUz