
ମାଲକାନଗିରି: ଜଣେ ନକ୍ସଲ ବୋମା ବିସ୍ଫୋରଣରେ ମୃତ୍ୟୁ ପରେ ତାର ନିଜ ଗ୍ରାମରେ ଏକ ସହିଦସ୍ତମ୍ଭ ସହ ନକ୍ସଲର ପ୍ରତମୂର୍ତ୍ତି ସ୍ଥାପନ କରାଯିବା ଘଟଣା ଏବେ ସୀମାନ୍ତ ଛତିଶଗଡର ପୁଲିସ ମହଲରେ କମ୍ପନ ସୃଷ୍ଟି କରିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାର ଛୋଟେ ବେଠିଆ ଥାନା ଅନ୍ତର୍ଗତ ଆଲଦଣ୍ଡ ଗ୍ରାମର ସୋମ ଜୀ ଓରଫ ମନିରାମ ବେଦଡା ଗତ ମାସ ୧୮ ତାରିଖରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଙ୍ଗଲରେ ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ହଠାତ୍ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଯାହାଫଳରେ ସୋମ ଜୀ ମୃତ୍ୟୁବରଣ କରିଥିଲେ। ସୋମ ଜୀ ମାଓ ସଂଗଠନର ଉତ୍ତର ବସ୍ତର ଡିଭିଜନର କମାଣ୍ଡର ଭାବେ କାମ କରୁଥିଲା।
ଜଣେ କୁଖ୍ୟାତ ନକ୍ସଲ ଭାବେ ଏହି ଅଂଚଳରେ ବେଶ ପରିଚିତ ଥିଲା। ବହୁ ହିଂସାରେ ସେ ଜଡିଥିବା ଥିବା ଜଣାପଡିଛି। ତେବେ ନିଜ ପୈତୃକ ଗ୍ରାମର ମଧ୍ୟ ଭାଗରେ ନକ୍ସଲଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ବିଷୟ ପୁଲିସ କିପରି ଜାଣିପାରିଲା ନାହିଁ ଏବଂ ସୁରକ୍ଷାକର୍ମୀ ଏହି ଅଂଚଳରେ ବାରମ୍ବାର କୁମ୍ବିଂ କରୁଥିଲେ ମଧ୍ୟ କିପରି ଜାଣିପାରିଲେ ନାହିଁ ସେନେଇ ଏବେ ପ୍ରଶ୍ନ ଉଠିଛି। ଥାନା ଠାରୁ ମାତ୍ର ୮ କିଲୋମିଟ ଦୁରରେ ଏହି ସହିଦସ୍ତମ୍ଭ ଏବଂ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ତେବେ ଗତ ଦୁଇ ଦିନ ତଳେ ବଡ଼ ପଟୁଆରରେ ଏହି ପ୍ରତିମୂର୍ତ୍ତିର ସ୍ଥାପନ କରାଯାଇଥିଲା। ଶତାଧିକ ଲୋକ ରୁଣ୍ଡ ହୋଇ ନିଜର ପ୍ରିୟ ନକ୍ସଲଙ୍କ ସ୍ମୃତିଚାରଣ କରିଥିଲେ। ତେବେ ପୁଲିସ ଏନେଇ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।
The post ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ ଗ୍ରାମବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3tW55wc
0 Comments