
ଜୟପୁର: ଗତ ଦୁଇ ଦିନ ତଳେ କାଳିଆ ପେଟ୍ରୋଲ ଟାଙ୍କି ସମ୍ମୁଖରେ ମହାପରାୟଣ ଜିପକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ଜୟପୁର ବ୍ଲକ ସଦରଥାନା ଅଂଚଳର ବାନାଗୁଡା ଗାଁର ଶଙ୍କର ପାଙ୍ଗୀ, ଯମୁନା ପାଙ୍ଗି, ଟୁନା ନାଗ, ଓ ଡ୍ରାଇଭର ସୁନିଲ ଖରା ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ମାନଙ୍କର ଅବସ୍ଥା ଏବେ ଅତ୍ୟନ୍ତ ସଂକଟାପନ୍ନ ରହିଛି। କୋଭିଡ୍ କଟକଣା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମାନଙ୍କୁ ଡ୍ରେସିଂ ଓ ପ୍ରାଥମିକ ଚିକିତ୍ସା କରି ଘରକୁ ପଠାଇ ଦେଇଥିଲେ। ତେବେ ଦୁର୍ଘଟଣାରେ ଗୁରୁତର ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଦୁର୍ଘଟଣା ପରେ ଅଚେତ ଥିବା ସମୟରେ ଶଙ୍କରଙ୍କ ପକେଟରେ ଥିବା ୧୭୦୦ ଟଙ୍କା ଓ ଟୁନାଙ୍କ ପକେଟରେ ଥିବା ୯ ହଜାର ଟଙ୍କାକୁ କେହି ଚୋରି କରି ନେଇଥିବା କହିଛନ୍ତି।
ଶଙ୍କର ପିକଅଫ୍ ଚାଳକ ଭାବେ କାମ କରୁଥିଲେ। ଆଇ ଭାଗ୍ୟ ହରିଜନଙ୍କୁ ଗୁରତର ଅବସ୍ଥାରେ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ଚିକିତ୍ସା କରାଇବାକୁ ନେଇଥିଲେ। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମହାପରାୟଣ ଗାଡ଼ି ପାଇଁ ହଜାର ଟଙ୍କା ଜମା କରି ମରଶରୀରକୁ ଗାଁକୁ ଆଣୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିବା କହିଛନ୍ତି ଶଙ୍କର। ତାଙ୍କ ମୁଣ୍ଡରେ ଗୁରୁତର ମାଡ଼ ବାଜିଥିବା ଏବଂ ସେ ଖାଦ୍ୟ ଖାଇ ପାରୁନଥିବା କହିଛନ୍ତି। ପ୍ରଶାସନ ପକ୍ଷରୁ ସହଯୋଗର ହାତ ବଢ଼ାଇ ଗୁରୁତର ମାନଙ୍କର ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇବା ସହ ଆର୍ଥିକ ସହଯୋଗ କରିବାକୁ ନିବେଦନ କରିଛନ୍ତି।
The post ମହାପରାୟଣ ଜିପ ଓ ଟ୍ରକ ଧକ୍କାରେ ଗୁରୁତର ବ୍ୟକ୍ତିଙ୍କୁ ସହାୟତା ପାଇଁ ନିବେଦନ first appeared on Sambad.from ଜିଲ୍ଲା | Sambad https://ift.tt/3gKckU6
0 Comments