
କଟକ : ହାଇକୋର୍ଟ ପରିସରରେ ବୁସ୍ବାର ଟ୍ରଙ୍କିଙ୍ଗ୍ ସିଷ୍ଟମ୍ ଓ ଇଲେକ୍ଟ୍ରିକାଲ କଂଟ୍ରୋଲ ରୁମ୍କୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଉଦ୍ଘାଟନ କରିଛନ୍ତି।
ଭର୍ଚୁଆଲ ମୋଡ୍ରେ ଏହି ଉଦଘାଟନୀ ଉତ୍ସବ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ବିଲ୍ଡିଂ କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର.ଦାଶ, ସଦସ୍ୟ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ସହିତ ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଜଗବନ୍ଧୁ ସାହୁ, ହାଇକୋର୍ଟ ରେଜିଷ୍ଟ୍ରିର ବରିଷ୍ଠ ଅଧିକାରୀଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ଡକ୍ଟର କିଶନ କୁମାର, ଇଂଜନିୟମର-ଇନ୍ ଚିଫ୍ (ବିଲ୍ଡିଂ) ବିଜୟଚନ୍ଦ୍ର ତ୍ରିପାଠୀ ଅଧୀକ୍ଷଣ ଯନ୍ତ୍ରୀ (ସିଭିଲ) ତାରା ପ୍ରସାଦ ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ (ଇଲେକ୍ଟ୍ରିକାଲ) ଜଗତଜୀବନ ପାତ୍ର, କଟକ ଆର ଆଣ୍ଡ ବି ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରଭାଶ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବୁସ୍ବାର ଟ୍ରଙ୍କିଙ୍ଗ୍ ସିଷ୍ଟମ୍ ଦ୍ବାରା ଆଧୁନିକ ବିଦ୍ୟୁତ ଯୋଗଣ ବ୍ୟବସ୍ଥା ହାଇକୋର୍ଟ କୋଠାର ବିଭିନ୍ନ ସ୍ଥାନକୁ ପ୍ରଦାନ କରାଯାଇଛି। ଏହା ଦ୍ବାରା ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ ପାଇବା ସହିତ ବିଦ୍ୟୁତ ଯୋଗାଣ ଅଧିକ ଆଧୁନିକ ଓ ବ୍ୟବସ୍ଥିତ ହୋଇ ପାରିଛି। ରେକର୍ଡ ୩୩ ଦିନ ମଧ୍ୟରେ ବୁସ୍ବାର ଟ୍ରଙ୍କିଙ୍ଗ୍ ସିଷ୍ଟମ୍ ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି।
The post ହାଇକୋର୍ଟରେ ବୁସ୍ବାର ଟ୍ରଙ୍କିଙ୍ଗ୍ ସିଷ୍ଟମ୍ ଓ ଇଲେକ୍ଟ୍ରିକାଲ କଣ୍ଟ୍ରୋଲ୍ ଉଦ୍ଘାଟିତ first appeared on Sambad.from ଜିଲ୍ଲା | Sambad https://ift.tt/3tfrx2O
0 Comments