କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ଅନ୍ତଗର୍ତ ଶଙ୍ଖାରୀ ଗ୍ରାମରେ ‌ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପକ୍ଷରୁ ଏକ ଟେଲିଂ ଡ୍ର୍ୟାମ ପାଇଁ ଜନ ଶୁଣାଣି କରାଯାଇଥିଲା। ଏହି ଜନ ଶୁଣାଣି‌ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ନାୟକ, ପ୍ରଦୂଷଣ ନିୟନ୍ତ୍ରଣ ‌ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ଶିବିରରେ ଗ୍ରାମବାସୀଙ୍କ ପକ୍ଷରୁ ୩୬ ଜଣ ମୌଖିକ ଭାବେ ନିଜର ମତାମତ ରଖିଥିବା ବେଳେ ୩୬ ଜଣ ଲିଖିତ ଭାବେ ନିଜର ମତ ଉପସ୍ଥାପନ କରିଥିଲେ। ଶିବିରରେ ପ୍ରାୟତଃ ସମସ୍ତେ କମ୍ପାନି ପକ୍ଷରୁ ହେଉଥିବା ଟେଲିଂ ଡ୍ୟାମକୁ ସମର୍ଥନ କରିଥିଲେ। ଗ୍ରାମର ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା‌, ନିଯୁକ୍ତି, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କମ୍ପାନି ପକ୍ଷରୁ କରିବାକୁ ଗ୍ରାମବାସୀ ଦାବି କରିଥିଲେ।

The post ଶଙ୍ଖାରୀରେ ମିତ୍ତଲର ଜନ ଶୁଣାଣି first appeared on Sambad.

from ଜିଲ୍ଲା | Sambad https://ift.tt/3thp08n