ସୁନ୍ଦରଗଡ଼/ବାଲିଶଙ୍କରା: ଶନିବାର ଵିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଶୁଖା ମହାଦେବ ଡୁଙ୍ଗରିପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅଵସ୍ଥାରେ ସ୍ବାମୀଙ୍କ ମୁଣ୍ଡକୁ ଲୁହା ପାଇପରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ। ଏହାପରେ ସେ ରାତିରେ ହିଁ ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ନିହତ ସ୍ବାମୀ ହେଲେ ପ୍ରକାଶ କୁଜୁର (୪୫)। ଅଭିଯୁକ୍ତା ସ୍ତ୍ରୀଙ୍କ ନାମ ସୁଷମା(୩୫)।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ କୌଣସି କଥାକୁ ନେଇ ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ମାଡ଼ ମାରିଥିଲେ। ପରେ ଉଭୟେ ଚୁପ୍ ହୋଇ ଯାଇଥିଲେ। ରାତିରେ ସ୍ବାମୀ ପ୍ରକାଶ ଖଟରେ ଶୋଇଯିବା ପରେ, ସ୍ତ୍ରୀ ଏକ ଲୁହା ପାଇପରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲା। କଣ ଘଟୁଛି ଜାଣିବାକୁ ପ୍ରକାଶକୁ ସୁଯୋଗ ଦେଇ ନଥିଲା ସ୍ତ୍ରୀ। ପ୍ରହାର ପରେ ପ୍ରହାର କରିବା ପରେ ସେଇଠି ହିଁ ପ୍ରକାଶଙ୍କ ପ୍ରାଣ ଚାଲିଯାଇଥିଲା।
ତଳସରା ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଵା ସହ ରକ୍ତଭିଜା ଲୁହା ପାଇପକୁ ଜବତ କରି ଚଦନ୍ତ ଚଲାଇଛି। ଘଟଣାଟି ବାଲିଶଙ୍କରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

The post ସୁନ୍ଦରଗଡ଼: ସ୍ବାମୀଙ୍କ ମୁଣ୍ଡକୁ ଲୁହା ପାଇପରେ ପିଟିପିଟି ହତ୍ୟା କଲା ସ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/3dT2agP