
ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଛକ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ହାଇୱା ବାଇକ୍ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ୮ ବର୍ଷର ଝିଅ ଗୁରୁତର ମଧ୍ୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଧର୍ମଶାଳା ଥାନା ନେଉଳପୁର ନିକଟରେ ଜାତୀୟ ରାଜପଥ-୧୬ରେ ଘଟିଛି ଏହି ଦୁର୍ଘଟଣା। ଦମ୍ପତି ନିଜର ୮ ବର୍ଷର ଝିଅ ସହିତ ଏକ ବାଇକରେ ଭୁବନେଶ୍ବରରୁ ଭଦ୍ରକ ଯାଉଥିଲେ। ହେଲେ ନେଉଳପୁର ନିକଟରେ ଏକ ଘରୋଇ ବସ୍ ରଙ୍ଗରୁଟରେ ଆସୁଥିଲା। ସେହି ବସକୁ ସାଇଡ ମାରି ଏକ ହାଇୱା ଆଗକୁ ମାଡ଼ିଯାଇଥିଲା। ତାହା ବାଇକ୍ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ୮ ବର୍ଷର ଝିଅ ଗୁରୁତର ମଧ୍ୟ ହୋଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କର ଏଯାବତ୍ ପରିଚୟ ମିଳିନାହିଁ। ତେବେ ଗୁରୁତର କନ୍ୟାକୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ୍ ଉପରେ ଚଢ଼ିଗଲା ହାଇୱା, ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା | Sambad https://ift.tt/325D7lm
0 Comments