ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ମେଡିକାଲରେ ଆଜି ଗାଡି ଭଡ଼ାକୁ କେନ୍ଦ୍ରକରି ମାଲିକ ଓ ଡ୍ରାଇଭର ମଧ୍ୟରେ ଗଡ଼ାଗଡ଼ି, ପିଟାପିଟି ଲାଗିବା ସହ ରଣକ୍ଷେତ୍ର ପାଲଟିଛି । ହସ୍ପିଟାଲରେ ଜଣେ ରୋଗୀ ଡିସଚାର୍ଜ ହୋଇ ଘରକୁ ଯିବାବେଳେ ତାଙ୍କ ସମ୍ପର୍କୀୟ ଭଡ଼ାଗାଡ଼ି ଖୋଜିଥିଲେ । କଟିଆ ନାୟକଙ୍କ ଆମ୍ବୁଲାନ୍ସ ଓ ଉପେନ୍ଦ୍ର ମିଶ୍ରଙ୍କ ଆମ୍ବୁଲାନ୍ସ ମଧ୍ୟରେ ଭଡ଼ା କରିବାକୁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା।ଏହି ସମୟରେ କଟିଆ ଆମ୍ବୁଲାନ୍ସର ଡ୍ରାଇଭର ନିନ ବେହେରା ଆମ୍ବୁଲାନ୍ସ ମାଲିକ ବାବୁ ଓରଫ ଉପେନ୍ଦ୍ର ମିଶ୍ରକୁ ଗାଳିଗୁଲଜ କରିବାର ଅଭିଯୋଗ ଉଠିଛି । ଏହାପରେ କଥା କଟାକଟି ପରେ ଦୁଇ ଜଣ ହାତାହାତି ମଧ୍ୟ ହୋଇଥିଲେ ।ଏହା ପରେ ହସ୍ପିଟାଲ ପରିସରର ରଣକ୍ଷେତ୍ର ପାଲଟିଥିଲା । ଯାଇଥିଲା। ଏନେଇ ନୀଳଗିରି ଥାନାରେ ଅଭିଯୋଗ ପରେ ଘଟଣାକୁ ନେଇ ଆପୋଷ ସମାଧାନ ହୋଇଥିବା ଜଣାପଡିଛି ।

The post ଗାଡ଼ିଭଡ଼ାକୁ ନେଇ ଟଣାଟଣି, ରଣକ୍ଷେତ୍ର ପାଲଟିଲା ଡାକ୍ତରଖାନା ପରିସର first appeared on Sambad.

from ଜିଲ୍ଲା | Sambad https://ift.tt/3a2robA