
ବ୍ରହ୍ମପୁର: ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ପୀଠରେ ୧୪୪ ଧାରା ଲାଗୁ ହୋଇଛି। ପୀଠ ଠାରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗୁ ହୋଇଛି। ଆଜି ସନ୍ଧ୍ୟା ୬ଟା ଠାରୁ ରାତି ୧୦ଟା ଯାଏଁ କଟକଣା ଲାଗୁ ହୋଇଛି। ଗୋଟିଏ ଦିନ ବିଶ୍ରାମ ପରେ ମା’ ରାଜବାଟୀ ଯିବାର ରହିଛି ପରମ୍ପରା ରହିଛି। କୋଭିଡ-୧୯ କଟକଣା ଅନୁଯାୟୀ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେବ। ମା’ଠାକୁରାଣୀଙ୍କୁ ପାରଂପରିକ ଭାବେ ଅସ୍ଥାୟୀ ପୀଠ ଠାରୁ ରାଜବାଟୀ ନିଆଯିବ। ମା’ ଠାକୁରାଣୀଙ୍କୁ କେବଳ ଆରତୀ ଦିଆଯିବ। ଅନ୍ୟ ପୂଜା, ପ୍ରସାଦ ସେବନ ଓ ନଡ଼ିଆ ଭଙ୍ଗା ଯାଇପାରିବ ନାହିଁ। ପୂଜକଙ୍କ ସମେତ ମୋଟ ୨୦ ଜଣଙ୍କୁ ଅନୁମତି ମିଳିବ। ପୁଲିସ ଉପସ୍ଥିତିରେ କେବଳ ପାରଂପରିକ ନୀତିକାନ୍ତିକୁ ଅନୁମତି ମିଳିବ। ଠାକୁରାଣୀ ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ରାତି ୧୦ଟା ପୂର୍ବରୁ ଶେଷ କରାଯିବ। ଲୋକଙ୍କ ଭିଡ ପାଇଁ ପୂର୍ବରୁ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।
ସୂଚନାଯୋଗ୍ୟ, ବ୍ରହ୍ମପୁର ସହରରେ ଗୋଟିଏ ବର୍ଷ ଅନ୍ତରରେ ପାଳନ ହେଉଥିବା ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା କେବଳ ଓଡ଼ିଶା ନୁହେଁ, ବରଂ ପଡୋଶୀ ରାଜ୍ୟରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ବ୍ୟବସାୟୀଙ୍କର ଭିଡ଼ ହୋଇଥାଏ। ଏହି ଯାତ୍ରା ପାଇଁ ଲୋକ ଢେର ଦିନ ଆଗରୁ ଅପେକ୍ଷା କରିଥାନ୍ତି। ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ପ୍ରବଳ ଲୋକଙ୍କର ଭିଡ଼ ହେଉଥିବାରୁ ବ୍ୟବସାୟୀମାନେ ଭଲ ରୋଜଗାର କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଏସବୁ ଫିକା ପଡ଼ିଯାଇଛି। ବ୍ରହ୍ମପୁର ସହର ଉତ୍ସବ ମୁଖର ନାହିଁ।
The post ମା’ ବୁଢ଼ୀ ଠାକୁରାଣୀ ପୀଠରେ ୧୪୪ ଧାରା ଲାଗୁ first appeared on Sambad.from ଜିଲ୍ଲା | Sambad https://ift.tt/3wOvSMw
0 Comments