
କଟକ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଟକର ଏସସିବି ନର୍ସିଂ କଲେଜ। କରୋନା ସଂକ୍ରମଣ ବଢୁଥିବାରୁ କଲେଜ କର୍ତ୍ତୃପକ୍ଷଙ୍କ ବନ୍ଦ ଘୋଷଣା କରିଛନ୍ତି। ଏଥିଲାଗି ଅପରାହ୍ନ ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ସେପଟେ, ନର୍ସିଂ କଲେଜର ଅଧ୍ୟକ୍ଷାଙ୍କ ବଦଳି ଦାବିରେ ନର୍ସିଂ ଛାତ୍ରଛାତ୍ରୀମାନେ ଅଟଳ ରହିଛନ୍ତି। ଏନେଇ ଆନ୍ଦୋଳନରେ ମଧ୍ୟ ବସିଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନାର ଦ୍ବିତୀୟ ଲହରୀ ବ୍ୟାପକ ମାତ୍ରାରେ ବ୍ୟାପିବାରେ ଲାଗିଛି। ଗତ ଦୁଇ ଦିନ ଧରି ସଂକ୍ରମଣ ମାମଲା ଏକ ହଜାରକୁ ଊର୍ଦ୍ଧ୍ବ ରହିଛି। ଏପରି ସ୍ଥିତିରେ ପିଲାଙ୍କ ସୁରକ୍ଷା ଦେଖି କଲେଜ ବନ୍ଦ ରଖାଯାଇଛି।
from ଜିଲ୍ଲା | Sambad https://ift.tt/3s67WAS
0 Comments