ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଏବେ ଅଣାୟତ୍ତ। ଲଗାତାର ଭାବେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ଜିଲ୍ଲାରୁ ୩୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ହେଉଛି ଜିଲ୍ଲାର ସର୍ବକାଳୀନ ଦିନିକିଆ ସର୍ବାଧିକ। ପ୍ରକାଶଥାଉକି, ଗତ ସପ୍ତାହେ ହେଲା ଜିଲ୍ଲାରେ ସଂକ୍ରମଣ ଉପରମୁହାଁ ହୋଇଛି। ଗତକାଲି ଜିଲ୍ଲାରୁ ୨୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ତାରିଖରେ ୧୩୧ ଜଣ ଓ ୭ ତାରିଖରେ ୧୪୭ ଜଣ ଚିହ୍ନଟ ହୋଇଥିଲେ।
ଅପରପକ୍ଷରେ କୋଭିଡ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି କୋଭିଡ ନିୟମାବଳୀର କଡ଼ା ଅନୁପାଳନ ବାଧ୍ୟତାମୂଳକ କରାଯାଇଛି। ସହରର ପ୍ରମୁଖ ଛକ, ଯଥା-ଛେଣ୍ଡ, ଉଦିତନଗର, ୭/୧୭ ଛକ, ଆମ୍ବଗାନ ଛକ, ଟ୍ରାଫିକ ଟାୱାର, ବିରସା ଛକ, ହନୁମାନ ବାଟିକା ଛକ ସମେତ ମେଂ ରୋଡ, ବିଭିନ୍ନ ଗଳିକନ୍ଦିରେ ଯାଞ୍ଚକୁ ବ୍ୟାପକ କରାଯାଇଛି। ଏହାସହ ଜରିମାନା ପରିମାଣକୁ ବୃଦ୍ଧି କରାଯାଇଛି। ମାସ୍କ ବ୍ୟବହାର କରୁନଥିବା ଲୋକଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି।
The post ସର୍ବକାଳୀନ ଦିନିକିଆ ସର୍ବାଧିକ, ସୁନ୍ଦରଗଡ଼ ଜିଲ୍ଲାରୁ ୩୫୫ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.from ଜିଲ୍ଲା | Sambad https://ift.tt/3uFrsG8
0 Comments