କେନ୍ଦ୍ରାପଡ଼ା : ମେ ୨୩ରେ ଝିଅ ବାହାଘର ହେଇଥାନ୍ତା। ମଣ୍ଡପ ବୁକିଂ ବି ସରିଥିଲା। ହେଲେ ଉତ୍ତରପ୍ରଦେଶର ବନାରସରେ କରୋନାରେ ଚାଲିଗଲା ଜୀବନ। ଏଭଳି ଏକ ଅତ୍ୟନ୍ତ ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ବ୍ଲକ୍ ବଗଡ଼ା ପଞ୍ଚାୟତ ତୁଣୁପୁର ଗ୍ରାମରେ ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ଭାବଗ୍ରାହୀ ବିଶ୍ବାଳ(୫୭)।

କରୋନାରେ ଆକ୍ରାନ୍ତ ହୋଇ ଆଇସିୟୁ ଚିକିତ୍ସା ସୁବିଧା ପାଇଁ ଆଠ ଦିନ କାଳ ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ମଂଗଳବାର ଦିନ ୪ଟା ୫ରେ ଭାବଗ୍ରାହୀ ଆଖି ବୁଜି ଦେଇଛନ୍ତି ା ଏ ଖବର ପାଇବା ପରେ ପୂରା ପରିବାର ଦୁଃଖରେ ଭାଂଗି ପଡ଼ିଥିବା ବେଳେ ତୁଣପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ା ଦୁଇ ଝିଅ ବନାରସ ଯାଇ ବାପାଙ୍କ ଶେଷ ଦର୍ଶନ କରିବା ପରେ ସେଠାରେ କୋଭିଡ୍‌ ନିୟମ ପୂର୍ବକ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ସୂଚନା ମିଳିଛି ା

ସୂଚନାନୁଯାୟୀ, ମୃତ ଭାବଗ୍ରାହୀ  ଜି.ଆର୍‌. ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ୍‌ ନାମକ ଏକ ଠିକା ସଂସ୍ଥାରେ ଆଡଭାନ୍ସ ମେସିନ୍ ଅପରେଟର୍‌ ଭାବେ କାମ କରୁଥିଲେ।

The post ମେ ୨୩ରେ ଝିଅ ବାହାଘର, ତା’ ପୂର୍ବରୁ ବିଦାୟ first appeared on Sambad.

from ଜିଲ୍ଲା | Sambad https://ift.tt/3xfBkIF