
ଧନକଉଡ଼ା : ସମ୍ବଲପୁର ଜିଲ୍ଲା ଚିପିଲିମା ବଗବିରାସ୍ଥିତ ମା’ ଘଣ୍ଟେଶ୍ୱରୀ ମନ୍ଦିରରେ ଚୈତ୍ର ପୂର୍ଣ୍ଣିମା ପର୍ବ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ମନ୍ଦିର ଟ୍ରଷ୍ଟ ସୂତ୍ରରୁ ପ୍ରକାଶ ଯେ ଆସନ୍ତା ୨୬ ଓ ୨୭ ତାରିଖରେ ଚୈତ୍ର ପର୍ବ ହେବା କଥା। କିନ୍ତୁ ଚିପିଲିମା ଅଞ୍ଚଳରେ କୋଭିଡ୍ ସ୍ଥିତି ଭୟାବହ ଥିବାରୁ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତ ଏକ ଚିଠି ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ତେବେ କେବଳ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ହେବ। କେବଳ ଝଙ୍କାର ଏକା ମନ୍ଦିରରେ ପ୍ରବେଶ ସହ ପୂଜା କାର୍ଯ୍ୟ ସମ୍ପାଦନ କରିବେ। ଟ୍ରଷ୍ଟ ତରଫରୁ ନିର୍ଦ୍ଦେଶକୁ ସ୍ୱାଗତ କରାଯାଇଛି ବୋଲି ଟ୍ରଷ୍ଟି ସଞ୍ଜୟ ପୂଜାରୀ କହିଛନ୍ତି।
The post କରୋନା ଯୋଗୁଁ ବନ୍ଦ ରହିବ ମା’ ଘଣ୍ଟେଶ୍ବରୀ ମନ୍ଦିରରେ ଚୈତ୍ର ପୂର୍ଣ୍ଣିମା first appeared on Sambad.from ଜିଲ୍ଲା | Sambad https://ift.tt/3epWETe
0 Comments