ପୁରୀ:ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ବୌଦ୍ଧ ବନଖଣ୍ଡରୁ ଆଜି ଚତୁର୍ଥ ପର୍ଯ୍ୟାୟରେ ତିନୋଟି ରଥକାଠ ବୋଝେଇ ଟ୍ରକ ପୁରୀ ରଥଖଳାରେ ପହଞ୍ଚିଛି। ମୋଟ ୯୬ଖଣ୍ଡ କାଠ ଆସିଥିବା ବେଳେ ଏଥିରେ ୪୦ ଫୁଟିଆ ୫୧ଖଣ୍ଡ ଓ ୨୦ ଫୁଟିଆ ୪୫ଖଣ୍ଡ ଆସନ ଓ ଧଉରା କାଠ ରହିଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୮ଶହ ୬୫ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୬୯ଖଣ୍ଡ କାଠ ବଳକା ରହିଛି ।

ତେଣୁ ଚଳିତ ବର୍ଷ ରଥଯାତ୍ରା ପାଇଁ ୭୯୬ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ ୭୯୬ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ ୧୭୫ଖଣ୍ଡ କାଠ ରଥଖଳାକୁ ଆସିଛି। କଟକ ଖପୁରିଆ ସମିଲକୁ ୨୭୬ଖଣ୍ଡ କାଠ ଯାଇଛି। ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପାରିକ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ରାମନବମୀ ଦିନ କଟକ ଖପୁରୀଆ ସମିଲରେ ରଥକାଠ ଚିରଟ ଅନୁକୂଳ ହୋଇଥିଲା। ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି।

 

The post ପୁରୀରେ ରଥଯାତ୍ରା ପାଇଁ ରଥଖଳାରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ first appeared on Sambad.

from ଜିଲ୍ଲା | Sambad https://ift.tt/2PrHXGT