କଟକ : ମଧୁପାଟଣା ଥାନାରେ ଏଏସଆଇ ପ୍ରଣବ କିଶୋର ପଟେଲ ଭିଜିଲାନ୍‌ସ ଜାଲରେ ପଡିଛନ୍ତି। ଶ୍ରୀ ପଟେଲ ଏକ ବିବାଦର ସମାଧାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡ଼ିଥିଲେ। ବିଜୁ ପଟ୍ଟନାୟକ ଛକ ଅଞ୍ଚଳର ସଂଜୀବ କୁମାର ବେହେରାଙ୍କ ଏକ ପୁରୁଣା ଋଣ ସମସ୍ୟାର ସମାଧାନ କରିଦେବା ପାଇଁ ଏଏସଆଇ ଶ୍ରୀ ପଟେଲ ଟଙ୍କା ଲାଞ୍ଚ ମାଗିଥିଲେ। ଖବର ପାଇ ଭିଜିଲାନସ ଚଢାଉ କରିଥିଲା। ଚଢାଉ ବେଳେ ସମସ୍ତ ଲାଞ୍ଚ ଟଙ୍କାକୁ ଭିଜିଲାନସ ଜବତ କରିଛି। ଅଭିଯୁକ୍ତ ଏଏସ୍‌ଆଇ ପୁଲିସ କଲୋନି ସ୍ଥିତ ଘର ଉପରେ ଚଢାଉ ଜାରି ରଖିଛି।

The post ଭିଜିଲାନ୍‌ସ ଜାଲରେ ଥାନା ଏଏସ୍‌ଆଇ first appeared on Sambad.

from ଜିଲ୍ଲା | Sambad https://ift.tt/3cRokkk