କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ-୨୦୨୧’ ଘୋଷଣା କରାଯାଇଛି। ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ରାଜ୍ୟର ୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ସୁଖ୍ୟାତ ଡାକ୍ତର ପ୍ରଫେସର ଯୋଗମାୟା ପଟ୍ଟନାୟକଙ୍କୁ ‘ଜାନକୀବଲ୍ଲଭ ସମାଜସେବା ସମ୍ମାନ’ , ପ୍ରତିଷ୍ଠିତ ଲେଖକ ଅଧ୍ୟାପକ ବିଶ୍ବର˚ଜନଙ୍କୁ ‘ଜାନକୀବଲ୍ଲଭ ସାହିତ୍ୟ ସମ୍ମାନ’ ଓ ବିଶିଷ୍ଟ ସାମ୍ବାଦିକ ସନ୍ଦୀପ ସାହୁଙ୍କୁ ‘ଜାନକୀବଲ୍ଲଭ ସାମ୍ବାଦିକ ସମ୍ମାନ’ ପାଇଁ ମନୋନୀତ କରାଯାଇଛି। ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ କଟକର ସାରଳା ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଜାନକୀବଲ୍ଲଭଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ମାରକୀ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ସୂଚନା ଦେଇଛନ୍ତି।

ଚଳିତବର୍ଷର ଶ୍ରାଦ୍ଧସଭାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଖୁବ୍‌ ନିକଟରୁ ଜାଣିଥିବା ରାଜ୍ୟର ୩ଜଣ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ନରସି˚ହ ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଜୟ ମହାପାତ୍ର ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ‘ମୋ ଦୃଷ୍ଟିରେ ଜନନେତା ଜାନକୀବଲ୍ଲଭ ଶୀର୍ଷକ’ ଉପରେ ଅତିଥିମାନେ ବକ୍ତୃତା ପ୍ରଦାନ କରିବାକୁ ସ୍ବୀକୃତି ଦେଇଥିବା ଡକ୍ଟର ଭୂୟାଁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

The post ଯୋଗମାୟା ପଟ୍ଟନାୟକ, ଅଧ୍ୟାପକ ବିଶ୍ବର˚ଜନ, ସନ୍ଦୀପ ସାହୁଙ୍କୁ ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ first appeared on Sambad.

from ଜିଲ୍ଲା | Sambad https://ift.tt/2PYnkT1