ସୁନ୍ଦରଗଡ଼: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ବଡ଼ଗାଁ ସରପଞ୍ଚ ବଡ଼ ଘୋଷଣା କରିଛନ୍ତି | ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ଗତ ଦୁଇ ଦିନରେ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ପଞ୍ଚାୟତକୁ ୩ ଦିନ ପାଇଁ ତାଲାବନ୍ଦ ଘୋଷଣା କରାଯାଇଛି। ଆସନ୍ତା ୧୫ରୁ ୧୭ ତାରିଖ ଯାଏଁ ସମସ୍ତ ଦୋକାନଵଜାର, ବ୍ୟବସାୟିକ ପ୍ରତିଷ୍ଠାନ ସହ ସାଧାରଣ ଯାତାୟତ ବନ୍ଦ ରହିବ।

ଏହା ସହ ସରପଞ୍ଚ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏ ସମ୍ପର୍କିତ ଏକ ନୋଟିସ ଜାରି କରିଛନ୍ତି। ସେହିପରି କରୋନା ସଂକ୍ରମଣ ଏଡ଼ାଇବାକୁ ଆସନ୍ତା ୧୫ ଓ ୧୮ରେ ବସିବାକୁ ଥିବା ସାପ୍ତାହିକ ହାଟ ବନ୍ଦ ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ କଟକଣା ମୁକ୍ତ କରାଯାଇଛି। ବଡଗାଁ ଅଞ୍ଚଳରେ ଗତ ସପ୍ତାହକ ମଧ୍ୟରେ ୫୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେବା ପରେ ପଞ୍ଚାୟତ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
The post ଦୁଇ ଦିନରେ ୨ଜଣଙ୍କ ମୃତ୍ୟୁ ପରେ ବଡ଼ଗାଁ ସରପଞ୍ଚଙ୍କ ବଡ଼ ନିଷ୍ପତ୍ତି : ୩ ଦିନ ପାଇଁ ବଡଗାଁ ପଞ୍ଚାୟତ ତାଲାଵନ୍ଦ ଘୋଷଣା first appeared on Sambad.from ଜିଲ୍ଲା | Sambad https://ift.tt/32deLGd
0 Comments