ଯାଜପୁର(ବରୀ): ପ୍ରେମ ନିବେଦନ ଓ ଜୋର ଜବରଦସ୍ତ ବିବାହ କରାଇବାରେ ବିଫଳ ହେବାକୁ ସଂପର୍କୀୟ ଭାଇ ହିଁ ସାଜିଲା ଶତ୍ରୁ। ଗରମ ଖଡିକା ଚେଙ୍କ ଦେଇ ନାବାଳିକାଙ୍କୁ ଲହୁଲୁହାଣ କରିଛି । ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଅଞ୍ଚଳରୁ ଏପରି ଖବର ଆସିଛି । ସୂଚନା ଅନୁସାରେ ବରୀ ଥାନା ଅନ୍ତର୍ଗତ ଅଟିରା ଗ୍ରାମର ୧୫ ବର୍ଷୀୟ ଜଣେ ନାବାଳିକାକୁ ତାର ଜ‌ଣେ ସଂର୍ପକୀୟ ଭାଇ ଉପେନ୍ଦ୍ର ଜେନାଙ୍କ ପୁଅ ଦେବେନ୍ଦ୍ର ଜେନା ଜୋର ଜବରଦସ୍ତ ପ୍ରେମ ନିବେଦନ କରିବା ସହ ବିବାହ କରିବାକୁ ବାଧ୍ୟ କରୁଥିଲେ।

ନାବାଳିକା ଜଣକ ଅରାଜି ‌ହେବାରୁ ନାବାଳିକାକୁ ଗରମ ଲୁହ ଖଡିକା ତତାଇ ନାବାଳିକା ଶରୀରର ବିଭିନ୍ନ ସ୍ଥାନରେ ‌ଚେଙ୍କ ଦିଆଯାଇଛି। ଏଥିରେ ଯୁବକଙ୍କ ମାଆ ସହଯୋଗ କରୁଥିବା ବେଳେ ଉଭୟ ମା ଓ ପୁଅ ଦୁହେଁ ଗତକାଲିଠାରୁ ଫେରାର ଅଛନ୍ତି।

ଏହି ଘଟଣାରେ ଦେବେନ୍ଦ୍ରର ବାପା ଉପେନ୍ଦ୍ର ମଧ୍ୟ ସହଯୋଗ କରିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ଉପେନ୍ଦ୍ରକୁ ଅଟକ ରଖିବା ସହ ନାବାଳିକାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ତଦନ୍ତ ଜାରି ରଖିଛି।

The post ପ୍ରେମ ନିବେଦନ କରି ବିଫଳ ହେବାରୁ ସଂର୍ପକୀୟ ଭାଇ ଦେଲା ଖଡିକା ଚେଙ୍କ first appeared on Sambad.

from ଜିଲ୍ଲା | Sambad https://ift.tt/2RzHeEc