ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁ ଫୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଜଣେ ବୃଦ୍ଧଙ୍କର ଗୋଡ ଖସିଯାଇ ମୁଣ୍ଡରେ ଆଘାତ ଲାଗିବାରୁ ପାଣି ଭିତରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ମୋତେ ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଧଳପୁର ଦଳିତ ସାହିର ଶମ୍ଭୁ ନାଏକ(୬୪)ନାମକ ଜଣେ ବୃଦ୍ଧ ଗାଧୋଇବା ସକାଶେ ଧଳପୁର ଗ୍ରାମର ପୂର୍ତ୍ତରାସ୍ତା ପାର୍ଶ୍ୱରେ ଥିବା ବଙ୍ଗଳା ବନ୍ଧକୁ ଯାଇଥିଲେ।ହେଲେ ଦୁର୍ଭାଗ୍ୟ ବଶତଃ ତାଙ୍କର ଗୋଡ ଖସି ଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ପାଣି ଭିତରେ ପଡି ତାଙ୍କର ମୃତ୍ୟୁବରଣ ଘଟିଥିବା ଜଣା ଯାଇଛି। ଖବର ପାଇ ତାଙ୍କର ପରିବାର ଲୋକେ ତାଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ ମାତ୍ର ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଜାଣି ସେଠାରୁ ମୃତଦେହ ନେଇ ଅନ୍ତିମ ସଂସ୍କାର କରିଥିଲେ।ଏ ଖବର ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି।

The post ପୋଖରୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3wVTXkH