
କଟକ : ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଗ୍ୟାଙ୍ଗଷ୍ଟର୍ ହାଇଦର୍ ଗାଏବ ହେବା ପଛରେ ହାଇଦର୍ର ମଝିଆଁ ପୁଅ ସେକ୍ ଆଜାରୁଦ୍ଦିନ୍ର ସମ୍ପୃକ୍ତି ରହିଥିବା କୁହାଯାଉଛି। ଶନିବାର ଅପରାହ୍ନ ୪ଟାରୁ ୪ଟା ୩୦ ଭିତରେ ହାଇଦରକୁ କଟକ ବଡ଼ ମେଡିକାଲ୍ରୁ ଗାଏବ ପଛରେ ଯେଉଁ ୪ରୁ ୫ ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା କୁହାଯାଉଛି, ସେମାନଙ୍କ ଭିତରେ ହାଇଦରର ମଝିଆଁ ପୁଅ ଓ ତା’ର ସାଙ୍ଗ ଥିବା ସିସି କ୍ୟାମେରାରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସର୍ଜରି ଓ୍ୱାର୍ଡ ବାହାରୁ ହାଇଦରକୁ ଏକ କାରରେ ଫେରାର କରିଦିଆଯାଇଛି। ହାଇଦର ଯେଉଁ କାରରେ ଚମ୍ପଟ୍ ମାରିଛି, କମିସନରେଟ୍ ପୁଲିସ ଏବେ ଉକ୍ତ କାର ନମ୍ବର ଠାବ କରିବା ପାଇଁ ବଡ଼ ମେଡିକାଲ୍ର ସିସି କ୍ୟାମେରା ଫୁଟେଜ୍ ଜବତ କରିଛି। ଯେଉଁ ସହଯୋଗୀମାନେ ହାଇଦରକୁ ଖସାଇବାରେ ସହଯୋଗ କରିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆଜାରୁଦ୍ଦିନ ଥିବାବେଳେ ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଆଜାରୁଦ୍ଦିନର ମୋବାଇଲ୍ ଟ୍ରାକି˚ ସହିତ ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡରଙ୍କ ମାଧ୍ୟମରେ ସିଡିଆର ମଗାଇଛି।
ବଡ଼ ମେଡିକାଲ୍ ସର୍ଜରି ଓ୍ୱାର୍ଡର ଷ୍ଟାଫ୍ ନର୍ସ ମାନସୀରାଣୀ ପାଣିଙ୍କ କହିବା ଅନୁଯାୟୀ, ଶେଷଥର ପାଇଁ ସେ ହାଇଦରକୁ ଶନିବାର ଦିନ ପ୍ରାୟ ୩ଟା ବେଳେ ଦେଖିଥିଲେ। ୫ଟାରେ ଇଞ୍ଜେକ୍ସନ ଦେବାକୁ ଗଲାବେଳେ ହାଇଦର ନ ଥିଲା। ମଙ୍ଗଳାବାଗ ଥାନା ପୁଲିସ ଆଜି ଏ ସ˚କ୍ରାନ୍ତରେ ଏକ ମାମଲା ରୁଜୁ କରିଥିବା ବେଳେ ସମ୍ପୃକ୍ତ ଷ୍ଟାଫ୍ ନର୍ସଙ୍କ ବୟାନ ରେକର୍ଡ କରିଛି। ଯେଉଁ ୪ରୁ ୫ ଜଣ ବ୍ୟକ୍ତି ହାଇଦର ସହିତ କ୍ୟାବିନ୍ରେ ଥିଲେ ସେମାନଙ୍କ ହୁଲିଆ ପୁଲିସ ଜାରି କରିଛି। ବଡ଼ ମେଡିକାଲ୍ର ମୁଖ୍ୟ ପ୍ରବେଶ ପଥ ଏବ˚ ପ୍ରସ୍ଥାନ ପଥର ସମସ୍ତ ସିସି କ୍ୟାମେରା ଫୁଟେଜ୍ ଆଜି ମଙ୍ଗଳାବାଗ ଥାନା ପୁଲିସ ଜବତ କରିଛି।
ଡ୍ୟୁଟିରେ ଦୁଇଜଣ ବଦଳରେ ଥିଲେ ଜଣେ
ଅନ୍ୟ ପୁଲିସ କର୍ମଚାରୀ କେଉଁଠି ଥିଲେ?
ଜେରା ଆରମ୍ଭ, ସିସିଟିଭି ଫୁଟେଜ୍ ଜବତ
ସେପଟେ କମିସନରେଟ୍ ପୁଲିସ ସୁରକ୍ଷା ଦାୟିତ୍ବରେ ଥିବା ନିଲମ୍ବିତ ୬ ଜଣଙ୍କୁ ପଚରାଉଚରା ଆରମ୍ଭ କରିଦେଇଛି। ୮ ଘଣ୍ଟା ଲେଖାଏଁ ୩ଟି ସିଫ୍ଟରେ ୨୪ ଘଣ୍ଟା ଦୁଇଜଣ ଲେଖାଏ କନଷ୍ଟେବଳ ଡ୍ୟୁଟି କରିବାର ନିୟମ ଥିବାବେଳେ ହାଇଦର ସହିତ କାହିଁକି ଜଣେ କନଷ୍ଟେବଳ ସେକ୍ ମୌସିମ୍ ଶନିବାର ଥିଲେ ଏବ˚ ଡ୍ୟୁଟିରେ ଥିବା ଅନ୍ୟ ଜଣେ କନଷ୍ଟେବଳ କେଉଁଠି ଥିଲେ ସେ ନେଇ ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ପଚାରିଛନ୍ତି।
ନିୟମ ଅନୁଯାୟୀ, ଜଣେ ଓ୍ୱାର୍ଡରଙ୍କ ସମେତ ଜିଲ୍ଲା ପୁଲିସର ୫ ପୁଲିସ କର୍ମଚାରୀ ଜଣେ ଅପରାଧୀର ସୁରକ୍ଷା ଓ ଚିକିତ୍ସାରେ ସହଯୋଗ ଦାୟିତ୍ବରେ ମେଡିକାଲ୍ରେ ନିୟୋଜିତ ହୋଇଥାନ୍ତି। ଦୁଇଜଣ କନଷ୍ଟେବଳ ଡ୍ୟୁଟି ଯଦିଓ କରନ୍ତି, କିନ୍ତୁ ଅନ୍ୟ ୪ ଜଣଙ୍କ ଡ୍ୟୁଟି ସରିଗଲେ ଅପରାଧୀ ଥିବା ଓ୍ୱାର୍ଡରେ ହିଁ ବିଶ୍ରାମ ନେବେ। ଓ୍ୱାର୍ଡ ଛାଡ଼ି କେଉଁଠିକି ଯାଇପାରିବେ ନାହିଁ। ତେବେ ହାଇଦର ମୌସିମ୍ଙ୍କୁ ନିଶା ଦେଇ ଖସିଗଲା ବେଳେ ଅନ୍ୟ ୫ ଜଣ କେଉଁଠି ଥିଲେ, ତାହା ଏବେ ଘଟଣାକୁ ଅଧିକ ରହସ୍ୟମୟ କରୁଛି। ସମସ୍ତ କର୍ମଚାରୀ ମିଳିମିଶି ହାଇଦରକୁ ଖସାଇବା ପାଇଁ ଯୋଜନା କରିଥିବା ପୁଲିସ ସନ୍ଦେହ କରୁଛି।
ଅନ୍ୟପଟେ ହାଇଦର ଓ ହାଇଦର ଗ୍ୟାଙ୍ଗ୍ର ସହଯୋଗୀ ଅପରାଧ ଘଟାଇବା ପରେ ପୁଲିସ ନଜରରୁ ଖସିବା ପାଇଁ ରାଜ୍ୟ ବାହାରେ ଲୁଚିବାର ପୂର୍ବ ରେକର୍ଡ ରହିଛି। ୨୦୦୫ ମେ ୩୧ ତାରିଖରେ ଗ୍ୟାଙ୍ଗଷ୍ଟର ସେକ୍ ସୋଲେମାନର ଭାଇ ସେକ୍ ଚୁନା ଓରଫ ମାଲିକ ହନନ୍କୁ ହତ୍ୟା ପରେ ହାଇଦର ଗୁରଗାଓଁରେ ଲୁଚିଥିଲା। ପୁଲିସ ତାକୁ ଗୁରଗାଓଁରୁ ହିଁ ଗିରଫ କରିଥିଲା। ସେହିପରି କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହତ୍ୟା ମାମଲାରେ ହାଇଦରର ସହଯୋଗୀ ମହମ୍ମଦ ତସଲିମ୍ ଝାଡ଼ଖଣ୍ତରୁ ଗିରଫ ହୋଇଥିଲା। ଶନିବାର ହାଇଦର ବଡ଼ ମେଡିକାଲ୍ରୁ ଫେରାର ହୋଇଯିବା ପରେ ଝାଡ଼ଖଣ୍ତ ଚାଲିଯାଇଥିବା ସନ୍ଦେହ କରାଯାଉଛି। ତେଣୁ ଆଜି ଓଡ଼ିଶା ପୁଲିସ ଝାଡ଼ଖଣ୍ତ ଏସଟିଏଫ୍ ସହିତ ଯୋଗାଯୋଗ କରିଛି। ଓଡ଼ିଶା-ଝାଡ଼ଖଣ୍ତ ସୀମାରେ ଥିବା ଜାମଶୋଳା ଚେକ୍ଗେଟ୍କୁ ହାଇଦର ଫେରାର ହୋଇଥିବା କାରର ନମ୍ବର ପଠାଇ ଦିଆଯାଇଛି। ଯାଜପୁର, ଜଗତସି˚ହପୁର, କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଯଦିଓ ସତର୍କ ରହିଛି। କଟକ ଓ ଭୁବନେଶ୍ବର ରେଳଷ୍ଟେସନ୍ରେ ହାଇଦରର ଫାଇଲ୍ ଫଟୋ ଆଜି ଜିଆରପି ଭାଇରାଲ୍ କରିଛି। ଯାତ୍ରୀ ଓ ପ୍ଲାଟଫର୍ମର ଭେଣ୍ତରଙ୍କୁ ପୁଲିସ ତା ଫଟୋ ଦେଖାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଯେହେତୁ ଓଡ଼ିଶାର ସମସ୍ତ ସୀମା ସିଲ୍ କରିଦିଆଯାଇଛି, ତେଣୁ ହାଇଦର ଓଡ଼ିଶାରେ ଅଣ୍ତରଗ୍ରାଉଣ୍ତ ହୋଇଥିବା କୁହାଯାଉଛି। ଦୁଇ ଚାରିଦିନ ପରେ ଚେକି˚ ସରିଲେ ବାହାରକୁ ଯିବାର ଯୋଜନା କରିଥାଇପାରେ ବୋଲି ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି।
କଟକ ଡିସିପିଙ୍କ ଅଫିସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ସେଣ୍ଟ୍ରାଲ୍ ରେଞ୍ଜ ଆଇଜିଙ୍କ ସହିତ ମିଳିତ ଭାବେ ଏକ ସମୀକ୍ଷା କରାଯାଇଛି। ଯଥାଶୀଘ୍ର ହାଇଦରକୁ ଗିରଫ କରିବା ପାଇଁ ଯୋଜନା ଚାଲିଥିବା ପୁଲିସ କମିସନର ସୂଚନା ଦେଇଛନ୍ତି।
The post ଗ୍ୟାଙ୍ଗ୍ଷ୍ଟର୍କୁ ଦରଦ ! ଡ୍ୟୁଟିରେ ଦୁଇଜଣ ବଦଳରେ ଥିଲେ ଜଣେ ପୁଲିସ କର୍ମଚାରୀ, କାରରେ ନେଇଗଲା ମଝିଆ ପୁଅ first appeared on Sambad.from ଜିଲ୍ଲା | Sambad https://ift.tt/3wNjzAh
0 Comments