ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର। ତେଲେଙ୍ଗାନାରୁ ହାଇଦରକୁ ଭୁବନେଶ୍ବର ଅଣାଗଲା। କଡ଼ା ସୁରକ୍ଷାରେ ବିମାନ ବନ୍ଦରରୁ କଟକ ଅଣାଗଲା। ଏବେ ହାଇଦର୍ ଡିସିପି ଅଫିସରେ ଥିବା ଜଣାଯାଇଛି। କଟକରେ କୋର୍ଟରେ ହାଜର କରାଯିବ ବୋଲି କଟକର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଜେଏମଏଫସି କୋର୍ଟରେ ହାଜର କରିବା ପରେ, ଟ୍ରାଂଜିଟ ରିମାଣ୍ଡରେ ଓଡ଼ିଶା ଆସିଛି ହାଇଦର। ହାଇଦର ଜଣେ ପେସାଦାର ଓ ଫେରାର ଆସାମୀ ଥିବାରୁ ତାକୁ ହ୍ୟାଣ୍ଡକପ ପକାଇବା ପାଇଁ କୋର୍ଟଙ୍କ ଅନୁମତି ମିଳିଛି।

ସୂଚନାଯୋଗ୍ୟ, ଗତକାଲି ତେଲେଙ୍ଗାନା ସଙ୍ଗାରେଡ୍ଡୀରେ ହାଇଦର ଗିରଫ ହୋଇଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ବେଳେ ହାଇଦ୍ରାବାଦ ସିଟି ପୁଲିସର ଏକ ସ୍ପେଶାଲ୍ ଟିମ୍ ସହାୟତାରେ କଟକ-କମିସନରେଟ୍ ପୁଲିସର ଦୁଇଟି ସ୍ବତନ୍ତ୍ର ଟିମ୍ ହାଇଦରକୁ ଧରିଥିଲେ ।

ହାଇଦର ତାର ଜଣେ ସହଯୋଗୀ ସହ ବାଇକରେ ଯାଉଥିବା ବେଳେ ତାକୁ ଗିରଫ କରାଯାଇଥିବା ପୁଲିସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପୁଲିସ ଟିମ୍ ୨୪ ଘଣ୍ଟା ଭିତରେ ହାଇଦରକୁ ଧରି ଓଡ଼ିଶାରେ ପହଞ୍ଚିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବରଠାରେ ସୂଚନା ଦେଇଥିଲେ। ଗୁଇନ୍ଦା ସୂଚନାକୁ ଆଧାର କରି ଏହି ଗିରଫଦାରି କରାଯାଇଥିବା ସେ କହିଥିଲେ। ହାଇଦର ନିକଟରୁ ୨ଟି ବନ୍ଧୁକ ଜବତ ହୋଇଥିବା ନେଇ ସୂଚନା ମିଳିଥିଲା।

The post ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର: କଟକରେ କୋର୍ଟରେ ହାଜର କରାଯିବ first appeared on Sambad.

from ଜିଲ୍ଲା | Sambad https://ift.tt/3soADJi