
ନିରାକାରପୁର: ଆଜି ବଡ଼ିଭୋର ୪ଟା ସମୟରେ ଧଉଳିମୁହଁ ପଞ୍ଚାୟତ ଅଧୀନସ୍ଥ ରାମଚଣ୍ଡୀ ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳାଜଣକ ହେଲେ ରାମଚଣ୍ଡୀ ତଳସାହିର ମଞ୍ଜୁଲତା ବେହେରା(୫୦)। ମଞ୍ଜୁଲତା ପୋଖରୀକୁ ଗାଧୋଇ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଏହାଛଡ଼ା ଏହି ଘଟଣାରେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଖୋର୍ଦ୍ଧା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଫରେଷ୍ଟର ସିଧୁ ସିଂହ ସୂଚନା ଦେଇଛନ୍ତି।
The post ଜଙ୍ଗଲୀ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ୩ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3cIZymu
0 Comments