
ବଡ଼ବିଲ : ବଡ଼ବିଲ ଥାନା ଭଦ୍ରାସାହି-ବଡ଼ବିଲ ରାସ୍ତାର ସେରେଣ୍ଡା ତାରିଣୀ ମନ୍ଦିର ନିକଟରେ ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ିଛି ଏକ ୧୮ ଚକିଆ ଟ୍ରକ୍। ଚାଳକ ଓ ଖଲାସି ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରାସାହି ପଟୁ ବଡ଼ବିଲ ଅଭିମୁଖେ ଆସୁଥିବା ଏକ ଟ୍ରକ୍ (ଓଡି-୨୩-୨୫୪୬) ଭାରସାମ୍ୟ ହରାଇ ସେରେଣ୍ଡା ପୋଲ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ଚାଳକ ଓ ଖଲାସିଙ୍କ କୌଣସି କ୍ଷତି ହୋଇନଥିବାବେଳେ ଟ୍ରକ୍ର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି।
The post ୨୦ ଫୁଟ୍ ତଳକୁ ଖସିଲା ଟ୍ରକ୍ first appeared on Sambad.from ଜିଲ୍ଲା | Sambad https://ift.tt/3vme0Hi
0 Comments